ସନ୍ତୋଷ ଟ୍ରଫି: ଓଡ଼ିଶାର ପ୍ରଥମ ବିଜୟ

କଟକ,: ଛତିଶଗଡ଼ର ଭିଲାଇରେ ଆରମ୍ଭ ହୋଇଥିବା ସନ୍ତୋଷ ଟ୍ରଫିର ପୂର୍ବାଞ୍ଚଳ ଯୋଗ୍ୟତା ପର୍ଯ୍ୟାୟରେ ଓଡ଼ିଶା ପ୍ରଥମ ମ୍ୟାଚ୍‌ରେ ବିଜୟୀ ହୋଇଛି। ସୋମବାର ମ୍ୟାଚ୍‌ରେ ଓଡ଼ିଶା ୨-୧ ଗୋଲ୍‌ରେ ଝାଡ଼ଖଣ୍ତକୁ ହରାଇଛି। ଓଡ଼ିଶା ପକ୍ଷରୁ ଅର୍ଜୁନ ନାଏକ (୧୩ ମିନିଟ୍‌) ଓ ଅର୍ବିନ ଲାକ୍ରା (୫୨ ମିନିଟ୍‌) ଗୋଟିଏ ଲେଖାଏଁ ଗୋଲ୍‌ ଦେଇଥିଲେ। ଝାଡ଼ଖଣ୍ତ ପକ୍ଷରୁ କୃଷ୍ଣକାନ୍ତ ପ୍ରତାପ (୬୮ ମିନିଟ୍‌) ଗୋଟିଏ ଗୋଲ୍‌ ଶୁ‌ଝିବାକୁ ସକ୍ଷମ ହୋଇଥିଲେ। ଦ୍ବିତୀୟ ମ୍ୟାଚ୍‌ରେ ଓଡ଼ିଶା ୬ ତାରିଖରେ ଛତିଶଗଡ଼କୁ ଭେଟିବ।

ସମ୍ବନ୍ଧିତ ଖବର