ସରସ୍ବତୀ ଆଇଏଏଏଫ୍ ପ୍ରଶିକ୍ଷକ

ଭୁବନେଶ୍ବର: ଅଲିମ୍ପିଆନ୍ ଦୂତି ଚାନ୍ଦଙ୍କ ବଡ଼ ଭଉଣୀ ତଥା ବିଶ୍ବ ପୁଲିସ୍ କ୍ରୀଡ଼ା ପଦକ ବିଜୟିନୀ ସରସ୍ବତୀ ଚାନ୍ଦ ଅନ୍ତର୍ଜାତୀୟ ଦୌଡ଼କୁଦ ମହାସଂଘ (ଆଇଏଏଏଫ୍) ଦ୍ବାରା ଆୟୋଜିତ ୧୬ ବର୍ଷରୁ କମ୍ ଲେବୁଲ-୧ ପ୍ରଶିକ୍ଷକ ପାଠ୍ୟକ୍ରମରେ ସଫଳତାର ସହ ଉତ୍ତୀର୍ଣ୍ଣ ହୋଇଛନ୍ତି। ଏହି ପାଠକ୍ରମ ଝାଡ଼ଖଣ୍ଡର ରାଞ୍ଚିଠାରେ ଚଳିତ ମାସ ୧୫ରୁ ୨୬ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହୋଇଥିଲା। ଏଥିରେ ସରସ୍ବତୀ ତିନିଟି ଲିଖିତ ଏବଂ ଚାରିଟି ପ୍ରାକ୍ଟିକାଲ ପରୀକ୍ଷା ଦେଇଥିଲେ। ସବୁଥିରେ ସେ ଉଚ୍ଚ ନମ୍ବର ରଖି ଉତ୍ତୀର୍ଣ୍ଣ ହୋଇଥିଲେ। ଏହି ସଫଳତା ପରେ ସରସ୍ବତୀ ଅନ୍ତର୍ଜାତୀୟ ସ୍ତରରେ ୧୬ ବର୍ଷରୁ କମ୍ ଧାବକ-ଧାବିକାଙ୍କୁ ପ୍ରଶିକ୍ଷଣ ଦେଇ ପାରିବେ। ଓଡ଼ିଶାର ଅର୍ପିତା ମହାପାତ୍ର ମଧ୍ୟ ଏହି ପରୀକ୍ଷାରେ ସଫଳ ହୋଇଥିବା ସରସ୍ବତୀ ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର