ଆନ୍ତର୍ଜାତିକ ରେଫରି ସସ୍ମିତା ଦାସଙ୍କ ଜାକର୍ତା ଯାତ୍ରା

କଟକ: ଆସନ୍ତା ୧୯ରୁ ଅଗଷ୍ଟ ୨୪ ତାରିଖ ପର୍ଯ୍ୟନ୍ତ ଜାକର୍ତ୍ତାଠାରେ ଅଷ୍ଟାଦଶ ଏସୀୟ କବାଡ଼ି ପ୍ରତିଯୋଗିତା ଅନୁଷ୍ଠିତ ହେବ। ପ୍ରତିଯୋଗିତା ପରିଚାଳନା ପାଇଁ ରେଫରି ଭାବେ ମନୋନୀତ ହୋଇଥିବା ସସ୍ମିତା ଦାସ ବୁଧବାର ଜାକର୍ତ୍ତା ଯାତ୍ରା କରିଛନ୍ତି। ସସ୍ମିତାଙ୍କ ସହିତ ଭାରତରୁ ମୋଟ ୬ ଜଣ ରେଫରି ମ୍ୟାଚ୍‌ ପରିଚାଳନା ଦାୟିତ୍ୱରେ ରହିବେ। ଗତ ମାସରେ ଦୁବାଇଠାରେ ଶେଷ ହୋଇଥିବା ଆନ୍ତର୍ଜାତିକ କବାଡ଼ି ପ୍ରତିଯୋଗିତାରେ ସେ ରେଫରି ଭାବେ ଦାୟିତ୍ୱ ନିର୍ବାହ କରିବା ପରେ ଏହା ହେଉଛି ତାଙ୍କର ଦ୍ୱିତୀୟ ବିଦେଶ ଗସ୍ତ। ଏହି ଗସ୍ତ ପାଇଁ ଓଡ଼ିଶା କବାଡ଼ି ସଂଘର ସମ୍ପାଦକ ଅଜୟ କୁମାର ବେହେରା ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

ସମ୍ବନ୍ଧିତ ଖବର