ତାମିଲନାଡୁରେ ଓଡ଼ିଆ ଝିଅଙ୍କ ଚମକ, ସୁସ୍ମିତାଙ୍କୁ ଜାତୀୟ ଯୋଗ୍ୟତା

ଭୁବନେଶ୍ବର: ତାମିଲନାଡୁରେ ରହି ମହିଳା ସୁନ୍ଦରସ୍ବାସ୍ଥ୍ୟରେ ରାଜ୍ୟକୁ ଗୌରବାନ୍ବିତ କରି ଆସୁଥିବା ଓଡ଼ିଆ ଝିଅ ସୁସ୍ମିତା ସାହୁ ଆଉ ସ୍ବର୍ଣ୍ଣିମ ସଫଳତା ଲାଭ କରିଛନ୍ତି। ତାମିଲନାଡୁ ବରିଷ୍ଠ ମହିଳା ସୁନ୍ଦରସ୍ବାସ୍ଥ୍ୟ ପ୍ରତିଯୋଗିତା‌ରେ ସେ ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି। ସେହିଭଳି ପଞ୍ଜାବର ଚଣ୍ଡୀଗଡରେ ଆୟୋଜିତ ହୋଇଥିବା ସର୍ବଭାରତୀୟ ଚୟନ ଶିବିରରେ ଚତୁର୍ଥ ସ୍ଥାନ ଅଧିକାର କରି ଜାତୀୟ ସୁନ୍ଦରସ୍ବାସ୍ଥ୍ୟ ପ୍ରତିଯୋଗିତା ଲାଗି ଯୋଗ୍ୟତା ଅର୍ଜନ କରିଛନ୍ତି। ଏହି ପ୍ରତିଯୋଗିତା ଗତମାସ ୨୯ ତାରିଖରେ ଆୟୋଜିତ ହୋଇଥିଲା। ଜାତୀୟ ସୁନ୍ଦରସ୍ବାସ୍ଥ୍ୟ ପ୍ରତିଯୋଗିତା ତାମିଲନାଡୁର ଚେନ୍ନାଇରେ ମାର୍ଚ ୨୯ରୁ ୩୧ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହେବ। ସୁସ୍ମିତା ଏଥିରେ ତାମିଲନାଡୁର ପ୍ରତିନିଧିତ୍ବ କରିବେ। ସେ ମଧ୍ୟ ନିଜ ଫିଟନେସ୍ ଦକ୍ଷତା ପାଇଁ ଅନେକ ଝିଅଙ୍କ ପାଇଁ ପ୍ରେରଣାର ଉତ୍ସ ପାଲଟିଛନ୍ତି। ସୁନ୍ଦରସ୍ବାସ୍ଥ୍ୟରେ ଅଭ୍ୟାସ ଆରମ୍ଭ କଲା ବେଳେ ତାଙ୍କ ଓଜନ ୯୦ କିଲୋଗ୍ରାମ ଥିଲା। ଏବେ ଏହା ୫୪ କିଲୋଗ୍ରାମକୁ କମି ଆସିଛି। ଭୁବନେଶ୍ବରର ଭରତପୁର ଗ୍ରାମରେ ୧୯୯୯ ମସିହା ମାର୍ଚ ୧୬ ତାରିଖରେ ଜନ୍ମ ଗ୍ରହଣ କରିଥିବା ସୁସ୍ମିତା ହେଉଛନ୍ତି ସିଆରପିଏଫ (ଚେନ୍ନାଇ)ରେ ନିଯୁକ୍ତ ସୁକାନ୍ତ କୁମାର ସାହୁ ଓ ମିତାରାଣୀ ସାହୁଙ୍କ ଝିଅ।

ସମ୍ବନ୍ଧିତ ଖବର