କଟକ: ଦଳଗତରେ ପୁରୁଷ ଓ ମହିଳାଙ୍କୁ ସ୍ବର୍ଣ୍ଣ ମିଳିବା ପରେ ଶନିବାର ମିଶ୍ରିତ ଯୁଗଳରେ ଭାରତ ସ୍ବର୍ଣ୍ଣ ପଦକ ଜିତିଛି। ଜବାହରଲାଲ୍ ନେହେରୁ ଇନ୍ଡୋର ଷ୍ଟାଡ଼ିୟମରେ ଚାଲିଥିବା ୨୧ତମ ରାଜ୍ୟଗୋଷ୍ଠୀ ଟେବୁଲ ଟେନିସ ପ୍ରତିଯୋଗିତାର ମିଶ୍ରିତ ଯୁଗଳ ଫାଇନାଲ୍ରେ ଜି ସାଥିଆନ୍-ଅର୍ଚ୍ଚନା କାମଥଙ୍କ ଯୋଡ଼ି ୩-୦ରେ ସିଙ୍ଗାପୁରର କୋଏନ୍ ପାଙ୍ଗ-ଜୁଇ ଗୋଇ ଜୁଆନ୍ଙ୍କ ଯୋଡ଼ିକୁ ହରାଇ ଏହି ସଫଳତା ଅର୍ଜନ କରିଛି। ଏଥିପୂର୍ବରୁ ଖେଳାଯାଇଥିବା ସେମିଫାଇନାଲ୍ରେ ଜି ସାଥିଆନ୍-ଅର୍ଚ୍ଚନା କାମଥଙ୍କଠୁ ୩-୦ରେ ଅହିକା ମୁଖାର୍ଜୀ ଓ ହରମୀତ ଦେଶାଇ ଏବ˚ ସିଙ୍ଗାପୁରର କୋଏନ୍ ପାଙ୍ଗ-ରୁଇ ଗୋଇ ଜୁଆନ୍ଙ୍କ ଯୋଡ଼ିଠୁ ୩-୨ରେ ଶରତ କମଲ-ଶ୍ରେଜା ଆକୁଳା ପରାସ୍ତ ହୋଇ କା˚ସ୍ୟ ପଦକ ପାଇଛନ୍ତି। ଉଦ୍ଯାପନୀ ସମାରୋହରେ ଡିସିପି ଅଖିଳେଶ୍ବର ସି˚ହ, ସିଏମ୍ସି କମିସନର ଅନନ୍ୟା ଦାସ, ରାଜ୍ୟଗୋଷ୍ଠୀ ମହାସ˚ଘ ସାଧାରଣ ସମ୍ପାଦକ ଏମ୍ପି ସି˚ହ ଅତିଥି ଭାବେ ଯୋଗଦେଇ ପଦକ ପ୍ରଦାନ କରିଥିଲେ। ସୋମବାର ପ୍ରତିଯୋଗିତା ଉଦ୍ଯାପିତ ହେବାକୁଥିବା ବେଳେ ପୁରୁଷ ଓ ମହିଳା ଯୁଗଳ ଏବ˚ ଏକକ ବିଭାଗର ସେମିଫାଇନାଲ୍ ଓ ଫାଇନାଲ୍ ମ୍ୟାଚ୍ଗୁଡ଼ିକ ଖେଳାଯିବ। ଉଦ୍ଯାପନୀ ସମାରୋହରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ଏକାଧିକ ମନ୍ତ୍ରୀ ଅତିଥି ଭାବେ ଯୋଗଦେବା କାର୍ଯ୍ୟକ୍ରମ ରହିଥିବା ସୂଚନା ଦିଆଯାଇଛି।
ରବିବାର ମହିଳା ଏକକରେ ଆହିକା ମୁଖାର୍ଜୀ, ଶ୍ରୀଜା ଅକୁଳ ଓ ମଧୁରିକା ପାଟକର ସେମିଫାଇନାଲ୍ ପ୍ରବେଶ କରିଛନ୍ତି। କ୍ବାର୍ଟର ଫାଇନାଲ୍ରେ ଆହିକା ୪-୦ ରେ ମୌସୁମୀ ପଲ୍ଙ୍କୁ, ଶ୍ରୀଜା ୪-୨ରେ ସୁତୀର୍ଥା ମୁଖାର୍ଜୀଙ୍କୁ ଏବ˚ ମଧୁରିକା ୪-୧ରେ ସିହ୍ନା ରଏ କ୍ରିତ୍ବିକାଙ୍କୁ ହରାଇ ସେମିକୁ ଉନ୍ନୀତ ହୋଇଛନ୍ତି। ଅନ୍ୟ ଏକ ମ୍ୟାଚ୍ରେ ଇ˚ଲଣ୍ଡର ହୋ ଟିନ୍ ଟିନ୍ ୪-୧ରେ ଅର୍ଚ୍ଚନା କାମଥଙ୍କୁ ପରାସ୍ତ କରି ସେମି ଫାଇନାଲ୍ରେ ଖେଳିବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି। ପୁରୁଷ ଏକକରେ ହରମୀତ ଦେଶାଇ ଓ ଜି ସାଥିଆନ୍ ସେମି ଫାଇନାଲ୍ ଖେଳିବାକୁ ଯୋଗ୍ୟତା ଅର୍ଜନ କରିଛନ୍ତି। କ୍ବାର୍ଟର ଫାଇନାଲ୍ରେ ହରମୀତ ୪-୧ରେ ସୁସ୍ମିତ ଶ୍ରୀରାମଙ୍କୁ, ଜି ସାଥିଆନ୍ ୪-୦ରେ ନାଇଜେରିଆର ଆବିଓଡ଼ିନ୍ ବୋଡେଙ୍କୁ ହରାଇଥିଲେ। ହେଲେ ସନୀଲ ସେଟ୍ଟୀ ୧-୪ରେ ଇ˚ଲଣ୍ଡର ଥୋମାସ ଜାରଭିସ୍ଙ୍କଠୁ ଏବ˚ ଶରତ କମଲ ୩-୪ରେ ସିଙ୍ଗାପୁରର କୋଏନ୍ ପାଙ୍ଗ୍ଙ୍କଠୁ ପରାଜିତ ହୋଇଥିଲେ। ମହିଳା ଯୁଗଳ କ୍ବାର୍ଟର ଫାଇନାଲ୍ରେ ମୌସୁମୀ ପଲ୍-ଶ୍ରେଜା ଅକୁଳା ୩-୧ରେ ସିଙ୍ଗାପୁରର ଵାନ୍ ଲିଙ୍ଗ ଝାଙ୍ଗ-ଲିଲିନ୍ ଜାସି ଟାନ୍ଙ୍କୁ, ଅହିକା ମୁଖାର୍ଜୀ-ସୁତୀର୍ଥା ମୁଖାର୍ଜୀଙ୍କ ଯୋଡ଼ି ସିଧାସଳଖ ୩-୦ରେ ହୋ ୟିଙ୍ଗ-ଜିନ୍ ଟି’ଙ୍କୁ ଏବ˚ ପୂଜା ଶହସ୍ରବୁଦ୍ଧେ-ସ୍ନିହା ରଏ କ୍ରିତ୍ବିକାଙ୍କ ଯୋଡ଼ି ୩-୧ରେ ଅଷ୍ଟ୍ରେଲିଆର ମେଲିସା ଟାପ୍ପର-ମିଚେଲି ବ୍ରୋମ୍ଲିଙ୍କ ଯୋଡ଼ିକୁ ହରାଇ ସେମିଫାଇନାଲ୍ ପ୍ରବେଶ କରିଛନ୍ତି। ଅନ୍ୟ ଏକ କ୍ବାର୍ଟର ଫାଇନାଲ୍ରେ ସିଙ୍ଗାପୁରର ରୁଇ ଗୋଇ-ରୁ ଵଙ୍ଗ ଜିନ୍ଙ୍କ ଯୋଡ଼ି ୩-୨ରେ ମଧୁରିକା ପାଟକର-ଅର୍ଚ୍ଚନା କାମଥଙ୍କୁ ହରାଇ ସେମିରେ ପହଞ୍ଚିଛନ୍ତି। ପୁରୁଷ ଯୁଗଳ କ୍ବାର୍ଟର ଫାଇନାଲ୍ରେ ଶରତ କମଲ-ଜି ସାଥିଆନ୍ ୩-୦ରେ ଇ˚ଲଣ୍ଡର ଡେଭିଡ୍ ମ୍ୟାକବେଥ-ସିଙ୍ଗାପୁର ଲୁକାସ ଟାନ୍ଙ୍କୁ, ଆଣ୍ଟୋନୀ ଅମଲରାଜ-ମାନବ ଠାକ୍କରଙ୍କ ଯୋଡ଼ି ୩-୧ରେ ଅଷ୍ଟ୍ରେଲିଆର ହେମିଙ୍ଗ ହୁ-ଡିଲନ୍ ଚାମ୍ବର୍ସଙ୍କୁ ହରାଇ ସେମିଫାଇନାଲରେ ପ୍ରବେଶ କରିଛନ୍ତି। ସେମିଫାଇନାଲ୍ରେ ସିଙ୍ଗାପୁରର କୋଏନ୍ ପାଙ୍ଗ-ସାଓ ହାନ୍ ଜୋସ୍ ଏବ˚ ଇ˚ଲଣ୍ଡର ସାମୁଏଲ୍ ଵାକର-ଥୋମାସ ଜାର୍ଭିସ୍ଙ୍କ ଯୋଡ଼ି ଭାରତୀୟ ଯୋଡ଼ିଙ୍କ ସହ ଖେଳିବାକୁ ଯୋଗ୍ୟତା ଅର୍ଜନ କରିଛନ୍ତି।