ସୟଦ ମୁସ୍ତାକ ଅଲ୍ଲୀ କ୍ରିକେଟ୍‌:ୟୁପି, ପଞ୍ଜାବ, ରାଜସ୍ଥାନ ଓ ଦିଲ୍ଲୀ ବିଜୟୀ

କୋଲକାତା: ସୟଦ ମୁସ୍ତାକ ଅଲ୍ଲୀ ଘରୋଇ ଟେ୍ଵଣ୍ଟି-୨୦ ଲିଗ୍‌ର ସୋମବାର ଖେଳା ଯାଇଥିବା ମ୍ୟାଚ୍‌ରେ ଦିଲ୍ଲୀ ୨ ଓ୍ଵିକେଟ୍‌ରେ ବରୋଦାକୁ ହରାଇଛି। ବରୋଦା ନିର୍ଧାରିତ ୨୦ ଓଭରରେ ୮ ଓ୍ଵିକେଟ୍‌ ହରାଇ ୧୪୦ ରନ୍‌ କରିଥିଲା। ଦିଲ୍ଲୀ ୧୯.୧ ଓଭରରେ ୮ ଓ୍ଵିକେଟ୍‌ ହରାଇ ୧୪୩ ରନ୍‌ କରି ବିଜୟୀ ହୋଇଥିଲା। ସେହିଭଳି ରାଜସ୍ଥାନ ୪ ଓ୍ଵିକେଟ୍‌ରେ ଝାଡ଼ଖଣ୍ଡକୁ ହରାଇ ଦେଇଥିଲା। ଝାଡ଼ଖଣ୍ଡ ପ୍ରଥମେ ବ୍ୟାଟିଂ କରି ୫ ଓ୍ଵିକେଟ୍‌ ବିନିମୟରେ ୧୫୭ ରନ୍‌ କରିଥିଲା। ଜବାବରେ ରାଜସ୍ଥାନ ୧୯.୧ ଓଭରେ ୬ ଓ୍ଵିକେଟ୍‌ ହରାଇ ୧୫୮ ରନ୍‌ କରିବା ସହ ବିଜୟ ସ୍ୱାଦ ଚାଖିଥିଲା। ମୁମ୍ବାଇ-ପଞ୍ଜାବ ମ୍ୟାଚ୍‌କୁ ପଞ୍ଜାବ ୩ ଓ୍ଵିକେଟ୍‌ରେ ଜିତିଥିଲା। ମୁମ୍ବାଇ ୧୯୯ ରନ୍‌ର ବିଜୟ ଲକ୍ଷ୍ୟ ଦେବା ପରେ ପଞ୍ଜାବ ଏହାକୁ ୭ ଓ୍ଵିକେଟ୍‌ ହରାଇ ହାସଲ କରି ନେଇଥିଲା। ବେଙ୍ଗଲ ଉତ୍ତର ପ୍ରଦେଶ ମ୍ୟାଚ୍‌ରେ ଉତ୍ତରପ୍ରଦେଶ ୭୫ ରନର ବୃହତ୍‌ ବିଜୟ ହାସଲ କରିଥିଲା। ସୁରେଶ ରାଇନାଙ୍କ (୧୨୬*) ଶତକ ବଳରେ ଉତ୍ତର ପ୍ରଦେଶ ୨୦ ଓଭରରେ ୩ ଓ୍ଵିକେଟ୍‌ ହରାଇ ୨୫୩ ରନ୍‌ କରିଥିଲେ। ଏହାର ଜବାବରେ ବେଙ୍ଗଲ ୧୬.୧ ଓଭରରେ ସମସ୍ତ ଓ୍ଵିକେଟ୍‌ ବିନିମୟରେ ୧୬୦ ରନ୍‌ କରି ପାରିଥିଲା। ସୂଚନାଯୋଗ୍ୟ ଯେ ଜୋନାଲ ଟେ୍ଵଣ୍ଟି-୨୦ର ବିଜେତା ଏବଂ ଉପ ବିଜେତାଙ୍କୁ ନେଇ ତଥା ୧୦ ଦଳ ସହ ଏହି ପ୍ରତିଯୋଗିତା ଆୟୋଜିତ ହେଉଛି।

ସମ୍ବନ୍ଧିତ ଖବର