ଦୁର୍ନୀତି ମାମଲାରେ ଅନୁରାଗ ଠାକୁରଙ୍କୁ ବଡ଼ ଆଶ୍ୱସ୍ତି, ସୁପ୍ରିମକୋର୍ଟଙ୍କ ଦ୍ୱାରା ଏଫ୍‌ଆଇଆର୍‌ ଖାରଜ

ନୂଆଦିଲ୍ଲୀ: ହିମାଚଳ ପ୍ରଦେଶରେ କ୍ରିକେଟ ଷ୍ଟାଡିୟମ ନିର୍ମାଣ ମାମଲାରେ କଥିତ ଅନୀୟମିତତା ଅଭିଯୋଗରେ ଅନୁରାଗ ଠାକୁରଙ୍କୁ ସୁପ୍ରିମକୋର୍ଟରୁ ବଡ଼ ଆଶ୍ୱସ୍ତି ମିଳିଛି। କୋର୍ଟ ବିଜେପି ସାଂସଦ ଠାକୁରଙ୍କ ବିରୋଧରେ ହୋଇଥିବା ଅଭିଯୋଗକୁ ଖାରଜ କରି ଦେଇଛନ୍ତି। ଏହା ବ୍ୟତୀତ ଅନୁରାଗଙ୍କ ପିତା ଓ ହିମାଚଳ ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ପ୍ରେମ କୁମାର ଧୂମଲ ସମେତ ଅନ୍ୟ କିଛି ଲୋକଙ୍କୁ ମଧ୍ୟ ଏହି ମାମଲାରେ କ୍ଲିନ ଚିଟ ମିଳିଛି।

ଅନୁରାଗ ଓ ତାଙ୍କ ପିତାଙ୍କ ଉପରେ ଧର୍ମଶାଳା ଠାରେ କ୍ରିକେଟ ଷ୍ଟାଡିୟମ ପାଇଁ ଜମି ଲିଜରେ ଦେବା ନେଇ ଅନୀମିତତା ଅଭିଯୋଗ ହୋଇଥିଲା। ଏହା ପୂର୍ବରୁ ହିମାଚଳ ପ୍ରଦେଶର ବିଜେପି ସରକାର ଏହି ସବୁ ମାମଲାକୁ ରାଜନୀତି ପ୍ରେରିତ କହି ମାମଲା ଫେରାଇ ନେବାକୁ ନିଷ୍ପତ୍ତି ନେଇଥିଲା। ପରେ ହିମାଚଳ ପ୍ରଦେଶ କ୍ରିକେଟ ଆସୋସିଏସନ ଏହି ମାମଲାକୁ ନେଇ ସୁପ୍ରିମକୋର୍ଟ ପହଞ୍ଚି ଥିଲେ।

ସମ୍ବନ୍ଧିତ ଖବର