ଭୁବନେଶ୍ୱର: ରାଜ୍ୟ ବିଦ୍ୟାଳୟସ୍ତରୀୟ କ୍ରିକେଟ୍ ପ୍ରତିଯୋଗିତା ମଙ୍ଗଳବାର ଉଦ୍ଯାପିତ ହୋଇଛି। ଫାଇନାଲ୍ରେ ଭୁବନେଶ୍ୱରକୁ ହରାଇ କଟକ ବିଜେତା ହୋଇଛି। ସେମିଫାଇନାଲ୍ରେ ବରଗଡ଼କୁ କଟକ ଏବଂ ବାଲେଶ୍ୱରକୁ ଭୁବନେଶ୍ୱର ପରାସ୍ତ କରି ଫାଇନାଲ୍ରେ ପ୍ରବେଶ କରିଥିଲା। ମାଧ୍ୟମିକ ଶିକ୍ଷା ନିର୍ଦେଶଳାୟର ଉପ ନିର୍ଦେଶିକା ସ୍ନେହାମୟୀ ସେନାପତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଦ୍ଯାପନୀ ଉତ୍ସବରେ ପ୍ରାଥମିକ ଶିକ୍ଷା ନିର୍ଦେଶାଳୟର ଯୁଗ୍ମ ନିର୍ଦେଶକ କେଦାର ନାଥ ଆଚାର୍ଯ୍ୟ, ପୂର୍ବତନ ସହ ନିର୍ଦେଶକ ପ୍ରଭାକର ମଙ୍ଗରାଜ, ଅତିଥି ଭାବେ ଯୋଗ ଦେଇ ବିଜେତା ଓ ଉପବିଜେତା ଦଳକୁ ଟ୍ରଫି ପ୍ରଦାନ କରିଥଲେ। ଏହି ପ୍ରତିଯୋଗିତାରୁ ମନୋନୀତ ଖେଳାଳିମାନେ ଜାତୀୟସ୍ତରୀୟ ପ୍ରତିଯୋଗିତା ପାଇଁ ଶୁକ୍ରବାର ମୁମ୍ବାଇ ଗସ୍ତ କରିବେ।