ବିଦ୍ୟାଳୟ ଟେନିସ୍‌ ବଲ୍‌ କ୍ରିକେଟ୍‌:ଗୁଜରାଟକୁ ୬ ଓ୍ଵିକେଟ୍‌ରେ ହରାଇଲା ଓଡ଼ିଶା

ଭୁବନେଶ୍ୱର: ମଧ୍ୟପ୍ରଦେଶରେ ୬୩ତମ ଜାତୀୟ ବିଦ୍ୟାଳୟ କ୍ରୀଡ଼ା ଟେନିସ୍‌ ବଲ୍‌ କ୍ରିକ୍ରେଟ୍‌ ଆରମ୍ଭ ହୋଇଛି। ଗ୍ରୁପ୍‌-ବିରେ ସ୍ଥାନ ପାଇଥିବା ଓଡ଼ିଶା ପ୍ରଥମ ମ୍ୟାଚ୍‌ରେ ଗୋଆଠୁ ୪ ଓ୍ଵିକେଟ୍‌ରେ ହାରିଥିଲା ବେଳେ ମଙ୍ଗଳବାର ଦ୍ୱିତୀୟ ମ୍ୟାଚ୍‌ରେ ଗୁଜରାଟକୁ ୬ ଓ୍ଵିକେଟ୍‌ରେ ପରାସ୍ତ କରିଛି। ପ୍ରଥମ ମ୍ୟାଚ୍‌ରେ ଓଡ଼ିଶା ନିର୍ଧାରିତ ୧୦ ଓଭରରେ ୬ ଓ୍ଵିକେଟ୍‌ ହରାଇ ୬୬ ରନ୍‌ କରିଥିଲା। ଜବାବରେ ଗୋଆ ୭.୨ ଓଭରରେ ୪ ଓ୍ଵିକେଟ୍‌ ହରାଇ ମ୍ୟାଚ୍‌ ଜିତି ନେଇଥିଲ। ହେଲେ ଦ୍ୱିତୀୟ ମ୍ୟାଚ୍‌ରେ ଗୁଜରାଟ ୫ ଓ୍ଵିକେଟ୍‌ ହରାଇ ୬୧ ରନ୍‌ କରିଥିଲା ବେଳେ ଓଡ଼ିଶା ୮.୨ ଓଭରରେ ୪ ଓ୍ଵିକେଟ୍‌ ହରାଇ ମ୍ୟାଚ୍‌ ଜିତିନେଇଥିଲା।

ସମ୍ବନ୍ଧିତ ଖବର