ସେହବାଗ @ ୪୧

ନୂଆଦିଲ୍ଲୀ: ବିଶ୍ବ କ୍ରିକେଟର୍ ଅନ୍ୟତମ ବିସ୍ଫୋରକ ବ୍ୟାଟସମ୍ୟାନ୍ ବୀରେନ୍ଦ୍ର ସେହବାଗଙ୍କୁ ଶନିବାରଠାରୁ ୪୧ ଚାଲିଛି। ‌ଜୀବନର ଏହି ମାଇଲଖୁଣ୍ଟ୍‌ ଦିବସରେ ସେହବାଗଙ୍କ ନିକଟକୁ ‌ଶୁଭେଚ୍ଛାର ସୁଅ ଛୁଟିଥିଲା। ମାଷ୍ଟରବ୍ଲାଷ୍ଟର ସଚିନ‌ ତେନ୍ଦୁଲକରଙ୍କ ସହିତ ସୌରଭ ଗାଙ୍ଗୁଲି, ଶିଖର ଧାୱନ, ହରଭଜନ ସିଂହ, କ୍ରିସ୍ ଗେଲ, ଆର ପି ସିଂହ, ବଜରଙ୍ଗ ପୁନିଆ, ରିଦ୍ଧିମାନ ସାହା ପ୍ରମୁଖ ତାଙ୍କୁ ଅଭିନନ୍ଦନ ଜଣାଇଥିଲେ। ସେହବାଗଙ୍କୁ ଭିଭିଆନ୍ ରିଚାର୍ଡସଙ୍କ ପୀଢ଼ୀର ଆଧୁନିକ କ୍ରିକେଟର୍ ବୋଲି ଦର୍ଶାଇଥିଲେ ହରଭଜନ ସିଂହ। ଆଇସିସି ଏବଂ ବିସିସିଆଇ ମଧ୍ୟ ନିଜ ଟ୍ବିଟର୍ ପୃଷ୍ଠାରେ ସେହବାଗଙ୍କୁ ଅଭିନନ୍ଦନ ଜଣାଇଥିଲା। ସେହବାଗ ଅନ୍ତର୍ଜାତୀୟ କ୍ରିକେଟରେ ମୋଟ ୧୭,୨୫୩ ରନ୍ ସ୍କୋର କରିବା ସହିତ ଭାରତର ପ୍ରଥମ ଟେଷ୍ଟ୍ ତ୍ରିଶତକହାସଲକାରୀ ଏବଂ ସଚିନଙ୍କ ପରେ ଦ୍ବିତୀୟ ଦିନିକିଆ ଦ୍ବିଶତକ ହାସଲକାରୀ। ଟେଷ୍ଟରେ ୬ ଥର ୨୦୦ ରନ୍ ଅତିକ୍ରମ କରିଥିବା ସେହବାଗ ୨ ଥର ତ୍ରିଶତକ ଅର୍ଜନ କରିବାର କୀର୍ତିମାନ ରଖିଛନ୍ତି। ତାଙ୍କ ବ୍ୟାଟରୁ ୨୩ ଟେଷ୍ଟ୍ ଏବଂ ୧୫ ଦିନିକିଆ ଶତକ ଦେଖିଥିଲେ ଭାରତୀୟ ପ୍ରଶଂସକ।

ସମ୍ବନ୍ଧିତ ଖବର