ଦ୍ବିତୀୟ ବିବାହ ବାର୍ଷିକୀ, ବିରୁଷ୍କାଙ୍କୁ ଶୁଭେଚ୍ଛାର ସୁଅ

ମୁମ୍ବାଇ: ବୁଧବାର ଥିଲା କୋହଲିଙ୍କ ଦ୍ବିତୀୟ ବିବାହ ବାର୍ଷିକୀ। ଏହି ଅବସରରେ ସେ ଯେମିତି ପୂରା ଜୋସ୍‌ରେ ଥିଲେ। ଧମାକାଦାର ବ୍ୟାଟିଂ ସହ କ୍ଷେତ୍ରରକ୍ଷଣରେ ମଧ୍ୟ ସେ ଚମକ ଦେଖାଇଥିଲେ। ସାଥୀ ଖେଳାଳିମାନେ ମଧ୍ୟ ଅଲରାଉଣ୍ଡ ପ୍ରଦର୍ଶନ କରି ତାଙ୍କୁ ମ୍ୟାଚ୍ ସହ ଶୃଙ୍ଖଳା ବିଜୟର ଉପହାର ଦେଇଥିଲେ। ୨୧ ବଲ୍‌ରୁ ଅର୍ଧଶତକ ହାସଲ କରି କୋହଲି ମୁମ୍ବାଇ ଦର୍ଶକଙ୍କର ବି ଭରପୁର ମନୋରଞ୍ଜନ କରିଥିଲେ। ଭାରତ ବିଜୟ ସହ ତାଙ୍କ ଦ୍ବିତୀୟ ବିବାହ ବାର୍ଷିକୀ ସବୁଦିନ ଲାଗି ସ୍ମରଣୀୟ ହୋଇ ଯାଇଥିଲା।

India Today

ଗତବର୍ଷ ଆଜିର ଦିନରେ ହିଁ ବିରାଟ ଓ ଅନୁଷ୍କା ସୁଦୂର ଇଟାଲିରେ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ। ଏହି ଅବସରରେ ପ୍ରଶଂସକ ଏବଂ ସାଥୀ ଖେଳାଳିମାନେ ଉଭୟଙ୍କୁ ଶୁଭେଚ୍ଛା ଓ ଶୁଭକାମନା ଜଣାଇଛନ୍ତି। ପ୍ରଶଂସକମାନେ ବିରୁଷ୍କା ଭାବେ ପରିଚିତ ଏହି ଯୋଡ଼ିକୁ ସେମାନଙ୍କ ବିବାହ ଏବଂ ଏକାଠି ବିତାଇଥିବା ସମୟର ଫଟୋ ପଠାଇ ଶୁଭେଚ୍ଛା ଜଣାଇଛନ୍ତି। ବିରାଟ ଅବଶ୍ୟ ୱେଷ୍ଟଇଣ୍ଡିଜ୍ ବିପକ୍ଷ ତୃତୀୟ ଟ୍ବେଣ୍ଟି-୨୦ ଖେଳିବାରେ ବ୍ୟସ୍ତ ଥିଲେ। ବୁଧବାର ଇଣ୍ଡିଜ୍‌ ବିପକ୍ଷ ଏହି ମ୍ୟାଚ୍‌ରେ ଲୋକେଶ ରାହୁଲ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ। ଅନ୍ୟପକ୍ଷରେ କୋହଲି ଶୃଙ୍ଖଳାର ଶ୍ରେଷ୍ଠ ଖେଳାଳି ପୁରସ୍କାର ଲାଭ କରିବା ବ୍ୟକ୍ତିଗତ ଭାବେ ତାଙ୍କ ପାଇଁ ଆଉ ଏକ ଅନ୍ୟନ ସଫଳତା ଥିଲା।

ସମ୍ବନ୍ଧିତ ଖବର