୨ୟ ଦିନିକିଆ: ବିରାଟ କୋହଲିଙ୍କ ଶତକ, ୱେଷ୍ଟଇଣ୍ଡିଜ୍‌କୁ ୨୮୦ ରନ୍‌ ଟାର୍ଗେଟ ଦେଲା ଭାରତ 

ପୋର୍ଟ ଅଫ ସ୍ପେନ୍‌: ବର୍ଷା ବାଧିତ ମ୍ୟାଚ୍‌ରେ ଟିମ୍‌ ଇଣ୍ଡିଆର ଅଧିନାୟକ ବିରାଟ କୋହଲିଙ୍କ ଶତକ ବଳରେ ଭାରତ ରବିବାର ୱେଷ୍ଟଇଣ୍ଡିଜ୍‌କୁ ୨୮୦ ରନ୍‌ ଟାର୍ଗେଟ ଦେଇଛି। ତ୍ରିନିଦାଦର ପୋର୍ଟ ଅଫ୍‌ ସ୍ପେନ୍‌ସ୍ଥିତ କୁଇସ୍‌ ପାର୍କ ଓଭାଲ ଷ୍ଟାଡିୟମରେ ରବିବାର ଟସ୍‌ ଜିଣି ଭାରତ ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା। ଟିମ୍‌ ନିର୍ଦ୍ଧାରିତ ଓଭରରେ ୭ ଓ୍ଵିକେଟ୍‌ ହରାଇ ୨୭୯ ରନ୍‌ କରିଛି। କୋହଲି କ୍ୟାରିୟରର ୪୨ତମ ଶତକ (୧୨୦ ରନ୍‌, ୧୨୫ ବଲ, ୧୪ ଚୌକା, ୧ ଛକା) ହାସଲ କରିଛନ୍ତି। କୋହଲି ୨୩୯ତମ ଦିନିକିଆର ୨୩୦ତମ ଇନିଂସରେ େଓ୍ଵଷ୍ଟଇଣ୍ଡିଜ ବିପକ୍ଷରେ ବିସ୍ଫୋରକ ବ୍ୟାଟିଂ କରିଛନ୍ତି।

ଯୁବ ବ୍ୟାଟସ୍‌ମ୍ୟାନ ଶ୍ରେୟସ ଆୟର କ୍ୟାରିୟରର ୯ମ ମ୍ୟାଚ୍‌ରେ ଅର୍ଦ୍ଧଶତକ ହାସଲ କରିଛନ୍ତି। ଏହା ତାଙ୍କର ୩ୟ ଅର୍ଦ୍ଧଶତକ। ଶ୍ରେୟସ ୪୯ଟି ବଲ ଖେଳି  ୪ଟି ଚୌକା ସମେତ ଅର୍ଦ୍ଧଶତକ ମାରିଛନ୍ତି।

ଓପନର ଶିଖର ଧାଓ୍ଵନ ୩ଟି ବଲ ଖେଳି ୨ ରନ୍‌ କରିଥିଲେ। ରୋହିତ ଶର୍ମାଙ୍କ ବ୍ୟାଟରୁ ୧୮ ରନ୍‌ ସଂଗ୍ରହ ହୋଇଥିବା ବେଳେ ଋଷଭ ପନ୍ତ ୩୫ଟି ବଲ ଖେଳି ୨୦ ରନ୍‌ ଯୋଡ଼ିଥିଲେ।  ଭାରତକୁ ଆରମ୍ଭରୁ ମାତ୍ର ୨ ରନ୍‌ରେ ଝଟକା ଲାଗିଥିଲେ ହେଁ ଦ୍ୱିତୀୟ ଓ୍ଵକେଟ ଭାବେ ରୋହିତ ୭୬ ରନ୍‌ରେ ଆଉଟ୍‌ ହୋଇଥିଲେ। ସେହିଭଳି ସ୍କୋର ୧୦୧ ରନ୍‌ରେ େଓ୍ଵଷ୍ଟଇଣ୍ଡିଜ ୩ୟ ଓ୍ଵିକେଟ ନେଇଥିଲା। ଟିମ୍‌ର ସ୍କୋର ୨୨୬ ରନ୍‌ ଥିବା ବେଳେ କୋହଲି ଆଉଟ୍‌ ହୋଇଥିଲେ।

ସମ୍ବନ୍ଧିତ ଖବର