ଦ୍ୱିତୀୟ ଟେଷ୍ଟ୍‍ରୁ ହୋଲ୍ଡର ବାସନ୍ଦ

େଓ୍ଵଲିଂଟନ୍‌: ମନ୍ଥର ଓଭର୍‌ ବୋଲିଂ ପାଇଁ େଓ୍ଵଷ୍ଟ୍‌ଇଣ୍ଡିଜ୍‌ ଅଧିନାୟକ ଜାସନ୍‌ ହୋଲ୍ଡର୍‌ଙ୍କୁ ଆଇସିସି ଗୋଟିଏ ମ୍ୟାଚ୍‌ରୁ ବାସନ୍ଦ କରିଛି। ଫଳରେ ସେ ନ୍ୟୁଜିଲାଣ୍ଡ୍‌ ବିପକ୍ଷରେ ୯ ତାରିଖରୁ ଆରମ୍ଭ ହେବାକୁଥିବା ଦ୍ୱିତୀୟ ଟେଷ୍ଟ୍‍ରେ ଖେଳିପାରିବେନି। ଏଥିସହ ଆଇସିସି ତାଙ୍କ ମ୍ୟାଚ୍‌ ପାଉଣାରୁ ମଧ୍ୟ ୬୦ ପ୍ରତିଶତ କାଟିବା ସହ ଅନ୍ୟ ଖେଳାଳିମାନଙ୍କର ୩୦ ପ୍ରତିଶତ କାଟି ଦେଇଛି। ଗୋଟିଏ ବର୍ଷରେ ଦୁଇଥର ଏଭଳି ଦୋଷ କଲେ ଆଇସିସି ପକ୍ଷରୁ ଏଭଳି ଦଣ୍ଡିତ କରାଯାଇଛି। ଚଳିତ ବର୍ଷ ଅପ୍ରେଲ୍‌ରେ ପାକିସ୍ତାନ ବିପକ୍ଷ ଟେଷ୍ଟ୍‍ ଶୃଙ୍ଖଳାରେ ମନ୍ଥର ବୋଲିଂ ପାଇଁ ମଧ୍ୟ େଓ୍ଵଷ୍ଟ୍‍ଇଣ୍ଡିଜ୍‌ ଦଣ୍ଡିତ ହୋଇଥିଲା।

ସମ୍ବନ୍ଧିତ ଖବର