ରାଜସ୍ଥାନକୁ ଦ୍ୱିତୀୟ ଥର ହରାଇଲା ଓଡ଼ିଶା

କଟକ: ମଣିପୁରରେ ଚାଲିଥିବା ଜାତୀୟ ଉପକନିଷ୍ଠ ବାଳିକା ଫୁଟ୍‌ବଲ ପ୍ରତିଯୋଗିତାରେ ରାଜସ୍ଥାନ ବିପକ୍ଷରେ ଓଡ଼ିଶା କ୍ରମାଗତ ଦ୍ୱିତୀୟ ବିଜୟ ହାସଲ କରିଛି। ଗୁରୁବାର ରାଜସ୍ଥାନ ବିପକ୍ଷ ପ୍ରଥମ ମୁକାବିଲାକୁ ୧୪-୦ ଗୋଲ୍‌ରେ ଜିତିନେଇଥିବା ଓଡ଼ିଶା ଶନିବାର ଦ୍ୱିତୀୟ ଲିଗ୍‌ ମ୍ୟାଚ୍‌ରେ ୧୦-୦ର ବିଜୟ ହାସଲ କରିଛି। ଶନିବାର ମ୍ୟାଚ୍‌ରେ ଓଡ଼ିଶା ପକ୍ଷରୁ ସୁମିତ୍ରା ହେମ୍ବ୍ରମ୍‌ (୫୧ ଓ ୭୫ ମିନିଟ୍‌), ସରିତା ସୋରେଙ୍ଗ (୭୮ ଓ ୮୮ ମିନିଟ୍‌), କ୍ରିଷ୍ଣା ବାରିକ (୪୫ ଓ ୭୧ ମିନିଟ୍‌), ଜାହ୍ମବୀ କିଶାନ (୭୬ ଓ ୮୨ ମିନିଟ୍‌) ଦୁଇଟି ଲେଖାଏଁ ଗୋଲ କରିଥିଲା ବେଳେ ମୋମିତା ସୋରୋନିଆ (୪୦ ମିନିଟ୍‌) ଗୋଟିଏ ଗୋଲ୍‌ ଦେଇଥିଲେ। ଅନ୍ୟ ଏକ ଗୋଲ ରାଜସ୍ଥାନ ଖେଳାଳିଙ୍କ ଆତ୍ମଘାତୀରୁ ଓଡ଼ିଶାକୁ ମିଳିଥିଲା।

ସମ୍ବନ୍ଧିତ ଖବର