ସଚିବାଳୟ ବ୍ୟାଡ୍‌ମିଣ୍ଟନ୍‌: ଦୀପ୍‌ଙ୍କୁ ତ୍ରିମୁକୁଟ

ଭୁବନେଶ୍ୱର: ଓଡ଼ିଶା ରାଜ୍ୟ ସଚିବାଳୟ ବ୍ୟାଡ୍‌ମିଣ୍ଟନ୍‌ ସଂଘ (ଓସ୍‌ବା)ଆନୁକୂଲ୍ୟରେ ଆୟୋଜିତ ସଚିବାଳୟ ବ୍ୟାଡ୍‌ମିଣ୍ଟନ୍‌ ପ୍ରତିଯୋଗିତା ଗୁରୁବାର ଉଦ୍‌ଯାପିତ ହୋଇଛି। ଏଥିରେ ଦୀପ୍‌ ରଂଜନ ବିଶୋଇ ତ୍ରିମୁକୁଟ ହାସଲ କରିଛନ୍ତି। ଦୀପ୍‌ ପୁରୁଷ ଏକକରେ ମହେନ୍ଦ୍ର କୁମାର ବାରିକଙ୍କୁ ହରାଇ ଟ୍ରଫି କରାୟତ କରିଥିଲେ। ସେହଭଳି ମୋତିଲାଲ କାଲୋଙ୍କୁ ସାଥୀ କରି ପୁରୁଷ ଯୁଗଳ ଏବଂ ମିନାକ୍ଷୀ ଠାକୁରଙ୍କୁ ସାଥୀ କରି ମିଶ୍ରିତ ଯୁଗଳ ଟ୍ରଫି ଜିତିଥିଲେ। ମିନାକ୍ଷୀ ମଧ୍ୟ ମହିଳା ଯୁଗଳରେ ନିବେଦିତା କିଷାନଙ୍କୁ ସାଥୀ କରି ଟ୍ରଫି ଜିତି ଦ୍ୱିମୁକୁଟ କବ୍‌ଜା କରିଥିଲେ। ପୁରୁଷ ଯୁଗଳରେ ମହେନ୍ଦ୍ର କୁମାର ବାରିକ ଓ ଦେବ ଦୁଲ୍ଲଭ ଦାସ, ମିଶ୍ରିିତ ଯୁଗଳରେ ଊମାଶଙ୍କର ମହାପାତ୍ର ଓ ନିବେଦିତା କିଷାନ ଏବଂ ମହିଳା ଯୁଗଳରେ ମଧୁସ୍ମିତା ଜେନା ଓ ମୋନାଲି ପ୍ରଧାନ ଉପବିଜେତା ହୋଇଥିଲେ। ଭେଟ୍‌ରାନ୍‌ ପୁରୁଷରେ ଉମାଶଙ୍କର ମହାପାତ୍ର ଦ୍ୱିମୁକଟ ହାସଲ କରିଥିଲେ। ଏକକରେ ରମାକାନ୍ତ ଦାସଙ୍କୁ ଏବଂ ଯୁଗଳରେ ଅଶୋକ କୁମାର ଦୀକ୍ଷିତଙ୍କୁ ସାଥୀ କରି ରମାକାନ୍ତ ଓ ଲଳିତ ମୋହନ ପଟ୍ଟନାୟଙ୍କୁ ହରାଇ ଟ୍ରଫି ଜିତିଥିଲେ। ମହିଳା ଏକକରେ ମଧୁସ୍ମିତା ଜେନା ବିଜେତା ଏବଂ ଦିବେଦିିତା କିଷାନ ଉପବିଜେତା ହୋଇଥିଲେ।

ଉଦ୍‌ଯାପନୀ ଉତ୍ସବରେ ସାଧାରଣ ପ୍ରଶାସନ ବିଭାଗର ଅତିରିକ୍ତ ଶାସନ ସଚିବ ତଥା ମହା ନିର୍ଦେଶକ ହେମନ୍ତ କୁମାର ପାଢ଼ୀ, ସଚିବାଳୟସ୍ଥିତ ଏସ୍‌ବିଆଇର ଅତିରିକ୍ତ ମହାପ୍ରପନ୍ଧକ ପ୍ରସନ୍ନ କୁମାର ବେହେରା ଏବଂ ଓସ୍‌ବାର ମୁଖ୍ୟ ଉପଦେଷ୍ଟା ପ୍ରିୟଦର୍ଶୀ ମହାପାତ୍ର ଅତିଥି ଭାବେ ଯୋଗଦେଇ ପୁରସ୍କାର ବଣ୍ଟନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଓସ୍‌ବାର କାର୍ଯ୍ୟକାରୀ ସଭାପତି ଊମାଶଙ୍କର ମହାପାତ୍ର, ସାଧାରଣ ସମ୍ପାଦକ ଚିତ୍ତରଂଜନ ରାଉତ ଉପସ୍ଥିତ ଥିଲେ। ମୁଖ୍ୟ ରେଫରି ମନୋଜ ସାହୁଙ୍କ ନେତୃତ୍ୱରେ ମ୍ୟାଚ୍‌ ଗୁଡ଼ିକ ପରିଚାଳନା ହୋଇଥିଲା।

ସମ୍ବନ୍ଧିତ ଖବର