ରାଜ୍ୟଗୋଷ୍ଠୀ କ୍ରୀଡ଼ା: ସୀମା ପୁନିଆଙ୍କୁ ରୌପ୍ୟ, ନଭଜିତ ଧିଲନଙ୍କୁ କାଂସ୍ୟ ପଦକ

ଭାରତ ଖାତାରେ ୧୪ଟି ସ୍ୱର୍ଣ୍ଣ, ୭ଟି ରୌପ୍ୟ ଓ ୧୦ଟି କାଂସ୍ୟ ପଦକ

ଗୋଲଡ୍‌କୋଷ୍ଟ: ଅଷ୍ଟ୍ରେଲିଆର ଗୋଲଡ୍‌କୋଷ୍ଟ ଠାରେ ଚାଲିଥିବା ୨୩ତମ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତର ସୀମା ପୁନିଆ ରୌପ୍ୟ ପଦକ ଓ ନଭଜିତ ଧିଲନ କାଂସ୍ୟ ପଦକ ହାସଲ କରିଛନ୍ତି। ଖେଳ ମହାକୁମ୍ଭର ୮ମ ଦିନରେ ଉଭୟ ଖେଳାଳି ଡିସ୍‌କସ୍‌ ଥ୍ରୋ ପ୍ରତିଯୋଗିତାରେ ଏହି ପଦକ ଗୁଡ଼ିକ ହାସଲ କରିଛନ୍ତି। ଏଥି ସହିତ ଭାରତର ପଦକ ସଂଖ୍ୟା ୩୧ରେ ପହଞ୍ଚିଛି। ଭାରତକୁ ଏପର୍ଯ୍ୟନ୍ତ ୧୪ଟି ସ୍ୱର୍ଣ୍ଣ, ୭ଟି ରୌପ୍ୟ ଓ ୧୦ଟି କାଂସ୍ୟ ପଦକ ମିଳିଛି।

ଡିସକସ୍‌ ଥ୍ରୋ ଫାଇନାଲ ପ୍ରତିଯୋଗିତାରେ ସୀମା ପୁନିଆ ୬୦.୪୧ମିଟର ଫିଙ୍ଗି ରୌପ୍ୟ ପଦକ ହାସଲ କରିଥିବା ବେଳେ ନଭଜିତ ଧିଲନ ୫୭.୪୩ ମିଟର ଫିଙ୍ଗି କାଂସ୍ୟ ପଦକ ହାସଲ କରିଛନ୍ତି।

ଅନ୍ୟପକ୍ଷରେ ଆଜି ଭାରତୀୟ କୁସ୍ତିଯୋଦ୍ଧା ସୁଶୀଲ କୁମାର ନିଜର ଆଫ୍ରିକୀୟ ପ୍ରତିନ୍ଦନ୍ଦୀଙ୍କୁ ହରାଇ ୭୪ କିଲୋ ବର୍ଗରେ ସ୍ୱର୍ଣ୍ଣ ପଦକ ହାସଲ କରିଥିଲେ। ସେହିପରି ରାହୁଲ ଆଓ୍ଵାରେ ୫୭ କିଲୋ ବର୍ଗରେ କାନାଡ଼ାର ପ୍ରତିନ୍ଦନ୍ଦୀଙ୍କୁ ହରାଇ ସ୍ୱର୍ଣ୍ଣ ପଦକ ଜିତିଥିଲେ।

ସମ୍ବନ୍ଧିତ ଖବର