ଶେଷ ହୋଇଯିବ ସିମେନ୍ୟାଙ୍କ ଯୁଗ

ଆଇଏଏଏଫ୍‌ ନୂଆ ନିୟମ ଆଣିବା ପରେ ୮୦୦ ଏବଂ ୧୫୦୦ ମିଟର ବର୍ଗରେ ସାରା ବିଶ୍ୱରେ ଆଧିପତ୍ୟ ବିସ୍ତାର କରି ଆସିଥିବା ଦକ୍ଷିଣ ଆଫ୍ରିକାର ବିବାଦୀୟ ଧାବିକା କାଷ୍ଟର ସିମେନ୍ୟାଙ୍କ ଯୁଗ କିନ୍ତୁ ଶେଷ ହୋଇଯିବ। ନିକଟରେ ଗୋଲ୍ଡକୋଷ୍ଟ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ସ୍ୱର୍ଣ୍ଣ ଜିତିଥିବା ସିମେନ୍ୟା ବିନା ଚିକିତ୍ସାରେ ଆଉ କୌଣସି ପ୍ରତିଯୋଗିତାରେ ଅଂଶ ଗ୍ରହଣ କରି ପାରିବେ ନାହିଁ। କାରଣ ୨୭ ବର୍ଷୀୟା ସିମେନ୍ୟାଙ୍କ ଶରୀରରେ ପୁରୁଷ ହର୍ମୋନର ମାତ୍ରା ଆଇଏଏଏଫ୍‌ର ନିର୍ଧାରିତ ସ୍ତରଠାରୁ ବହୁତ ଅଧିକ। ସେ ଅବଶ୍ୟ ୫,୦୦୦ ଏବଂ ୧୦,୦୦୦ ମିଟର ଦୌଡ଼ରେ ଅଂଶ ଗ୍ରହଣ ପରି ପାରିବେ। ସିମେନ୍ୟା ୮୦୦ ମିଟରରେ ଦୁଇଟି ଅଲିମ୍ପିକ୍ସ ସ୍ୱର୍ଣ୍ଣ ଜିତିଥିଲା ବେଳେ ତିନି ଥର ବିଶ୍ୱ ବିଜୟିନୀ ହୋଇଛନ୍ତି। ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ସେ ୮୦୦ ଏବଂ ୧୫୦୦ ମିଟରରେ ଦୁଇଟି ଲେଖାଏଁ ସ୍ୱର୍ଣ୍ଣ ପାଇଛନ୍ତି। କମ୍‌ ଦୂରତ୍ୱ ପ୍ରତିଯୋଗିତା ଅପେକ୍ଷା ଲମ୍ବ ଦୂରତ୍ୱ ପ୍ରତିଯୋଗିତାରେ ପୁରୁଷ ହର୍ମୋନର ମାତ୍ରା ଅଧିକ ଥିବା ମହିଳା ଖେଳାଳିମାନେ ଅଧିକ ଫାଇଦାରେ ରହୁଥିବାରୁ ଆଇଏଏଏଫ୍‌ ୪୦୦ରୁ ଅଧିକ ମିଟର ଦୂରତା ଲାଗି ନୂଆ ନିୟମ ଆଣିଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର