ଆଇପିଏଲ୍‌କୁ ଫେରିଲେ ଓ୍ଵର୍ନ

ଜୟପୁର: ଅଷ୍ଟ୍ରେଲୀୟ କିମ୍ବଦନ୍ତୀ ସ୍ପିନର ସେନ୍‌ ଓ୍ଵର୍ନ ଆଇପିଏଲ୍‌ ଫ୍ରାଞ୍ଚାଇଜ୍‌ ରାଜସ୍ଥାନ ରୟାଲ୍‌ସକୁ ଫେରିଛନ୍ତି। ଓ୍ଵର୍ନ ଆଗାମୀ ସଂସ୍କରଣରେ ଦଳର ଉପଦେଷ୍ଟା ଦାୟିତ୍ୱ ତୁଲାଇବେ। ୨୦୧୧ରେ ଅବସର ନେବା ପୂର୍ବରୁ ଓ୍ଵର୍ନ ଆଇପିଏଲ୍‌ର ତିନି ସଂସ୍କରଣ ଧରି ରାଜସ୍ଥାନ ରୟାଲ୍‌ସର ନେତୃତ୍ୱ ନେଇଥିଲେ। ସେ ମଧ୍ୟ ରାଜସ୍ଥାନ ରୟାଲ୍‌ସକୁ ପ୍ରଥମ ସଂସ୍କରଣର ବିଜେତା କରାଇଥିଲେ। କେବଳ ସେତିକି ନୁହେଁ ଓ୍ଵର୍ନ ରୟାଲ୍‌ସର ତୃତୀୟ ସର୍ବାଧିକ ଓ୍ଵିକେଟ୍‌ ଦଖଲକାରୀ ବୋଲର ରହିଛନ୍ତି। ସେ ୫୬ ମ୍ୟାଚ୍‌ ଖେଳି ୫୮ ଓ୍ଵିକେଟ୍‌ ଅକ୍ତିଆର କରିଥିଲେ। ଏବେ ପୁନର୍ବାର ଦଳକୁ ଫେରିଥିବାରୁ ଓ୍ଵର୍ନ ଖୁବ୍‌ ଖୁସୀ ଅଛନ୍ତି। ନିଜ ଦେଶର ଅଧିନାୟକ ଷ୍ଟିଭେନ୍‌ ସ୍ମିଥ୍‌ଙ୍କ ସହ ପ୍ରଥମ ଥର ଲାଗି ସେ କାର୍ଯ୍ୟ କରିବେ। ଓ୍ଵର୍ନ ଏବେ ମୁଖ୍ୟତଃ ଅଧିନାୟକ ସ୍ମିଥ୍‌ଙ୍କ ସାଙ୍ଗକୁ ଦଳର ବରିଷ୍ଠ ସଦସ୍ୟଙ୍କ ସହ ଅତି ପାଖରୁ କାର୍ଯ୍ୟ କରିବେ। ଦଳର ରଣକୌଶଳ ମଧ୍ୟ ନିର୍ଧାରଣ କରିବା ସାଙ୍ଗକୁ ସ୍ପିନରଙ୍କୁ ସ୍ପିନ୍‌ କଳା ଶିଖାଇବେ।

ସମ୍ବନ୍ଧିତ ଖବର