ସେରମ୍‌, ଅସିଥା, ସୁଖମ୍‌ ଓ ଶ୍ରେୟା ପ୍ରଥମ

ଜାତୀୟ ଅସିଚାଳନା ପ୍ରତିଯୋଗିତା

କଟକ: ସ୍ଥାନୀୟ ଜବାହାରଲାଲ୍‌ ନେହେରୁ ଇଣ୍ଡୋର ଷ୍ଟାଡିୟମରେ ଚାଲିଥିବା ଜାତୀୟ ଅସିଚାଳନା ପ୍ରତିଯୋଗିତାର ତୃତୀୟ ଦିନରେ ଉପ କନିଷ୍ଠ ଓ କ୍ୟାଡେଟ୍‌ ବିଭାଗର ଫଏଲ୍‌, ସବର ଓ ଇପି ରାଉଣ୍ଡରେ ମ୍ୟାଚ୍‌ ଅନୁଷ୍ଠିତ ହୋଇଥିଲା। ଉପକନିଷ୍ଠ ବାଳକ ଇପିରେ ଏସ୍‌ଏସ୍‌ସିବିର ନେଲସନ୍‌ ସେରମ ପ୍ରଥମ, ତେଲେଙ୍ଗାନାର ଓ୍ଵାଇ ମୁରଲୀ ଦ୍ୱିତୀୟ ଏବଂ ତେଲେଙ୍ଗାନାର ଭି ଲୋକେଶ ଓ ଏସ୍‌ଏସ୍‌ସିବିର ଲାମ୍‌ଜିଙ୍ଗବା ମାଇବାମ ତୃତୀୟ ସ୍ଥାନରେ ରହିଥିଲେ। ଉପକନିଷ୍ଠ ବାଳିକା ଫଏଲ୍‌ରେ କେରଳର ଜଏସ୍‌ ଅସିଥା ପ୍ରଥମ, ଚଣ୍ଡୀଗଡ଼ର ଏକାମ୍‌ ଟୁର୍‌ ଦ୍ୱିତୀୟ, କର୍ଣ୍ଣାଟକର ଲେଟିଟା ଓ ମଣିପୁରର ଡବ୍ଲୁ ସୋନା ତୃତୀୟ ସ୍ଥାନରେ ରହିଛନ୍ତି। କ୍ୟାଡେଟ୍‌ ବାଳକ ଫଏଲ୍‌ରେ ଛତିଶଗଡ଼ର ନିଙ୍ଗଥୋଉବା ସୁଖମ ଓ ଏସ୍‌ଏସ୍‌ସିବିର କେ ଡେନି ସିଂହ ପ୍ରଥମ ଦୁଇ ସ୍ଥାନରେ ରହିଥିଲା ବେଳେ ହରିୟାଣାର ଦେବ ନରଓ୍ଵାଲ, ଏସ୍‌ଏସ୍‌ସିବିର ଏମ୍‌ ସୁରେଶ ସିଂହ ତୃତୀୟ ହୋଇଥିଲେ। କ୍ୟାଡେଟ୍‌ ବାଳିକା ସବରରେ ଜମ୍ମୁ କାଶ୍ମୀରର ଶ୍ରେୟା ଗୁପ୍ତା ପ୍ରଥମ, ଛତିଶଗଡ଼ର ବେଦିକା କୌଶିକ ଦ୍ୱିତୀୟ, ମହାରାଷ୍ଟ୍ରର କଶିସ ଦୀପକ ଭରଦ ଓ ଜମ୍ମୁ କାଶ୍ମୀରର କ୍ରୀତାର୍ଥୀ ଲୋଟଓ୍ଵାଲ ମିଳିତ ତୃତୀୟ ହୋଇଥିଲେ।

ସମ୍ବନ୍ଧିତ ଖବର