ସେରେନାଙ୍କ ବିବାଦୀୟ କାର୍ଟୁନ୍‌

ମେଲ୍‌ବର୍ନ: ୨୩ ଥର ଗ୍ରାଣ୍ଡ୍‌ ସ୍ଲାମ୍‌ ବିଜୟିନୀ ଆମେରିକାର ସେରେନା ଓ୍ଵିଲିୟମ୍ସଙ୍କ ବିବାଦୀୟ କାର୍ଟୁନ୍‌ ପୁଣି ଥରେ ମେଲ୍‌ବର୍ନସ୍ଥିତ ଦ ହେରାଲଡ ସନ୍‌ ଖବର କାଗଜର ପ୍ରଥମ ପୃଷ୍ଠାରେ ସ୍ଥାନ ପାଇଛି। କାର୍ଟୁନିଷ୍ଟ୍‍ ମାଇକେଲ୍‌ ନାଇଟ୍‌ଙ୍କ ଏହି କର୍ଟୁନକୁ ନେଇ ଏବେ ନୂଆ ବିବାଦ ମୁଣ୍ଡ ଟେକିଛି। ପୂର୍ବରୁ ମଧ୍ୟ ହେରାଲ୍ଡ ସନ୍‌ ସେରେନାଙ୍କ ଏହି କାର୍ଟୁନକୁ ନିଜ ପ୍ରଥମ ପୃଷ୍ଠାରେ ପ୍ରକାଶ କରିଥିଲା। ଯାହା ସମାଜରେ ଭେଦ ଭାଦ ସୃଷ୍ଟି କରୁଛି ବୋଲି କହି ଅନେକ ପୂର୍ବତନ ଟେନିସ୍‌ ତାରକା ଏହାକୁ ତୀବ୍ର ନିଦା କରିଥିଲେ। ଗତ ଶନିବାର ୟୁଏସ୍‌ ଓପନ୍‌ ଫାଇନାଲ୍‌ରେ ସେରେନା ଜାପାନ୍‌ର ନାସମି ଓସାକାଙ୍କଠୁ ହାରି ଯାଇଥିଲେ। ହେଲେ ଏହି ଅବିଶ୍ୱାସନୀୟ ପରାଜୟକୁ ସେ ସହ୍ୟ କରିପାରି ନଥିଲେ। ପ୍ରଥମ ସେଟ୍‌ ହାରିବା ପରେ ଦ୍ୱିତୀୟ ସେଟ୍‌ରେ ୩-୪ରେ ପଛୁଆ ଥିଲା ବେଳେ ସେରେନା ଉଗ୍ର ଉତ୍ସୃଙ୍ଖଳିତ ଆଚରଣ ଦେଖାଇଥିଲେ। ସେ କୋର୍ଟ ଭିତରେ ଅମ୍ପାୟାରଙ୍କୁ ଖରାପ ବ୍ୟବହାର କରିବା ସାଙ୍ଗକୁ ର‍୍ୟାକେଟ୍‌ ଫୋପଡ଼ି ଭାଙ୍ଗିଦେଇଥିଲେ। ଏଭଳି ଅଶୋଭନୀୟ ଆଚରଣ ପାଇଁ ଚେୟାର ଅମ୍ପାୟାର କାର୍ଲୋସ୍‌ ରାମୋସ୍‌ ତାଙ୍କୁ ଗୋଟିଏ ପେନାଲ୍‌ଟି ପଏଣ୍ଟ୍‌ ଲଦି ଦେଇଥିଲେ। ଏହା ତାଙ୍କ ପରାଜୟର ବାଟକୁ ଆହୁରି ସହଜ କରିଥିଲା। ଏଭଳି ଆଚରଣ ପରେ ଦ ହେର୍ଲାଡ୍‌ ସନ୍‌ର କାର୍ଟୁନିଷ୍ଟ୍‍ ମାଇକେଲ୍‌ ନାଇଟ୍‌ ନିଜ କାର୍ଟୁନକୁ ପ୍ରଥମ ପୃଷ୍ଠାରେ ପ୍ରକାଶିତ କରିଥିଲେ। ଏହାପରେ ନାଇଟ୍‌ ଏହି କାର୍ଟୁନ୍‌କୁ ତାଙ୍କ ଟ୍ଵିଟର୍‌ ପୃଷ୍ଠାରେ ବି ପ୍ରକାଶିତ କରିଥିଲେ। ଯେତେବେଳେ ଏହି କାର୍ଟୁନ ଉପରେ ୧୦ ହଜାରରୁ ଅଧିକ ବିବାଦୀୟ ମନ୍ତବ୍ୟ ଅଶିବାରୁ ସେ ନିଟ ଟ୍ଵିଟ୍‌ ଆକାଉଣ୍ଟ୍‌କୁ ଅନିର୍ଦିଷ୍ଟ ସମୟ ପାଇଁ ବନ୍ଦ କରି ଦେଇଥିଲେ।

ସମ୍ବନ୍ଧିତ ଖବର