ସେହବାଗଙ୍କ ଓ୍ଵିକେଟ୍‌ରେ ଆଫ୍ରିଦିଙ୍କ ହ୍ୟାଟ୍ରିକ୍‌

ସାର୍‌ଜା: ପ୍ରଥମ ଥର ଲାଗି ଆୟୋଜିତ ଟେନ୍‌-୧୦ ପ୍ରତିଯୋଗିତାରେ ପାକିସ୍ତାନର ପୂର୍ବତନ ଅଧିନାୟକ ସାହିଦ ଆଫ୍ରିଦିଙ୍କ ହ୍ୟାଟ୍ରିକ୍‌ରେ ତାଙ୍କ ଦଳ ପାଖତୁନ୍ସ ବିଜୟ ପାଇଛି। ହେଲେ ଭାରତୀୟ ପୂର୍ବତନ ବିସ୍ଫୋରକ ବ୍ୟାଟ୍‌ସମ୍ୟାନ୍‌ ବୀରେନ୍ଦ୍ର ସେହବାଗଙ୍କ ଓ୍ଵିକେଟ୍‌ ଦଖଲ କରି ଆଫ୍ରିଦି ହ୍ୟାଟ୍ରିକ୍‌ ପୂରଣ କରିଥିଲେ। ଶୁକ୍ରବାର ସାର୍‌ଜାରେ ଖେଳାଯାଇଥିବା ଏହି ମ୍ୟାଚ୍‌ରେ ପାଖତୁନ୍ସ ୨୫ ରନ୍‌ରେ ବୀରେନ୍ଦ୍ର ସେହବାଗଙ୍କ ଦଳ ମରାଠା ଆରବିଆନ୍ସକୁ ପରାସ୍ତ କରିଛି। ପ୍ରଥମେ ବ୍ୟାଟିଂ କରି ପାଖତୁନ୍ସ ପାଖର ଜମନଙ୍କ ୪୫ ଏବଂ ଲିଆମ୍‌ ଡଓ୍ଵସନ୍‌ଙ୍କ ୪୪ ରନ୍‌ ବଳରେ ୪ ଓ୍ଵିକେଟ୍‌ ହରାଇ ୧୨୧ ରନ୍‌ କରିଥିଲା। ଆଫ୍ରିଦ୍‌ ଦକ୍ଷିଣ ଆଫ୍ରିକାର ରିଲି ରୋସୋ ଓ େଓ୍ଵଷ୍ଟ୍‍ଇଣ୍ଡିଜ୍‌ର ଡ୍ଵନେ ବ୍ରାଭୋଙ୍କୁ ଆଉଟ୍‌ କରିବା ପରେ ସେହବାଗଙ୍କ ଓ୍ଵିକେଟ୍‌ ନେଇ ହ୍ୟାଟ୍ରିକ୍‌ (କ୍ରମାଗତ ୩ ଓ୍ଵିକେଟ୍‌) ପୂରଣ କରିଥିଲେ। ଜବାବରେ ସେହବାଗଙ୍କ ଦଳ ମାତ୍ର ୯୬ ରନ୍‌ କରିବାକୁ ସକ୍ଷମ ହୋଇଥିଲା। ଆଲେକ୍ସ ହେଲ୍ସ (୫୭*) ଅର୍ଧଶତକ ହାସଲ କରିଥିଲେ ମଧ୍ୟ ଦଳକୁ ପରାଜୟରୁ ରକ୍ଷା କରିପାରିନଥିଲେ। ଗୁରୁବାର ଖେଳାଯାଇଥିବା ଏହି ପ୍ରତିଯୋଗିିିତାର ପ୍ରଥମ ମ୍ୟାଚ୍‌ରେ ଆୟର୍ଲାଣ୍ଡ ବ୍ୟାଟ୍ସମ୍ୟାନ୍‌ କିଙ୍ଗ୍ସ ପଲ୍‌ ଷ୍ଟିର୍ଲିଂ (୬୬*)ଙ୍କ ସହାୟତାରେ କେରଳ ୮ ଓ୍ଵିକେଟ୍‌ରେ ବେଙ୍ଗଲ ଟାଇଗର୍ସକୁ ହରାଇଥିଲା।

ସମ୍ବନ୍ଧିତ ଖବର