ଭାରତୀୟ କ୍ରିକେଟ ପାଇଁ ନୂଆ ଷ୍ଟାର ସାଜିବେ କି ନଦୀମ ?

ଭାଇ ଅଛି ତ ସିଏ ଖେଳୁ

ରାଞ୍ଚି: ଟିମ୍ ଇଣ୍ଡିଆ ଖୁବ ଶୀଘ୍ର ପାଇପାରେ ନୂଆ ଷ୍ଟାର | ଚାଇନାମ୍ୟାନ କୁଲଦୀପ ଯାଦବ ଅନଫିଟ ହେବା ପରେ ଶେଷ ମୁହୂର୍ତ୍ତରେ ଏକ ବଡ ସୁଯୋଗ ପାଇଛନ୍ତି ଝାଡଖଣ୍ଡର ସ୍ପିନର ନଦୀମ । ରାଞ୍ଚି ଟେଷ୍ଟରେ ଟିମ୍ ଇଣ୍ଡିଆର ଟେଷ୍ଟ କ୍ୟାପ ପ୍ରଦାନ କରିଛନ୍ତି କ୍ୟାପଟେନ କୋହଲି । ନିଜର ଡେବ୍ୟୁ ମ୍ୟାଚରେ ବି ନଦୀମ କମାଲ ଦେଖାଇଛନ୍ତି । ରାଂଚି ଟେଷ୍ଟରେ ପ୍ରଥମ ଇନିଂସରେ ୧୧ ଓଭର ୨ ବଲ ବୋଲିଂ କରି ମାତ୍ର ୨୨ ରନ ଦେଇ ସେ ୨ଟି ଉଇକେଟ ଅକ୍ତିଆର କରିଥିଲେ ।

ଦକ୍ଷିଣ ଆଫ୍ରିକାର ଦଳୀୟ ସ୍କୋର ୧୦୭ ରନ ଥିବା ବେଳେ ନଦୀମ ଭାରତ ପାଇଁ ପଂଚମ ସଫଳତା ଭାବେ ତେମ୍ବା ବାଭୁମାଙ୍କୁ ରିଦ୍ଧିମାନ ଶାହଙ୍କ ଦ୍ୱାର ଷ୍ଟମ୍ପ ଆଉଟ୍ କରାଇ ନେଇଥିଲେ । ପରେ ନଦୀମ ଅନ୍ରିଚ୍ ନୋଟଯେଙ୍କୁ ଆଉଟ୍ କରିବା ସହ ଭ୍ରମଣକାରୀଙ୍କ ପ୍ରଥମ ଇନିଂସର ସମାପ୍ତ କରାଇଥିଲେ । ତେବେ ନଦୀମଙ୍କ ସଫଳତା ପଛରେ ତାଙ୍କ ବଡ ଭାଇ ଅସଦ ଇକବାଲଙ୍କ ବଡ ତ୍ୟାଗ ରହିଛି । ଏକଦା ବିହାର ଅଣ୍ଡର ୧୫ ଟିମର ଅଧିନାୟକ ଥିବା ଅସଦ ସାନ ଭାଇ ପାଇଁ କ୍ରିକେଟ ଛାଡି ଦେଇଥିଲେ ।

କାରଣ ତାଙ୍କ ବାପା ଚାହୁଁଥିଲେ ଦୁଇ ପୁଅ ଭିତରୁ କେବଳ ଜଣେ ହିଁ କ୍ରିକେଟ ଖେଳିପାରିବ । ଧାନବାଦରୁ କ୍ରିକେଟ କ୍ୟାରିଅର ଆରମ୍ଭ କରିଥିବା ଶାହବାଜ ନଦୀମ ଗତବର୍ଷ ବିଜୟ ହଜାରେ ଟ୍ରଫିର ରାଜସ୍ଥାନ ବିରୋଧରେ ଖେଳି ମାତ୍ର ୧୦ ରନ ଦେଇ ୮ ଉଇକେଟ ହାତେଇଥିଲେ ନଦୀମ । ଫଳରେ ସେ ଦୀର୍ଘ ଦୁଇ ଦଶକ ତଳର ରେକର୍ଡକୁ ଭାଙ୍ଗିଛନ୍ତି । ଅନ୍ୟପଟେ ଦୁଇଥର ରଣଜୀ ଟ୍ରଫି ମୁକାବିଲାରେ ୫୦ରୁ ଅଧିକ ଉଇକେଟ ନେବା ସହ ରଣଜୀ ଇତିହାସରେ ଦ୍ୱିତୀୟ ବୋଲର ହେବାର ଗୌରବ ଲାଭ କରିଛନ୍ତି ।

ସମ୍ବନ୍ଧିତ ଖବର