ଫାଇନାଲ୍‌ରେ ସହିଦ୍‌ ସ୍ପୋର୍ଟିଂ

ବ୍ରହ୍ମବରଦା: ସତ୍ୟସାଇ ଉଚ୍ଚବିଦ୍ୟାଳୟ ପଡ଼ିଆରେ ଚାଲିଥିବା ୩୪ତମ ରାଜ୍ୟସ୍ତରୀୟ କ୍ରିକେଟ୍‌ ପ୍ରତିଯୋଗିତାର ଫାଇନାଲ୍‌ରେ ଭୁବନେଶ୍ୱରର ସହିଦ୍‌ ସ୍ପୋର୍ଟିଂ ପ୍ରବେଶ କରିଛି। ସୋମବାର ସେମିଫାଇନାଲ୍‌ରେ ସହିଦ ସ୍ପୋର୍ଟିଂ ୮ ଓ୍ଵିକେଟ୍‌ରେ ଯାଜପୁରର ଇଲେଭେନ୍‌ ଷ୍ଟାର୍‌ ଦଳକୁ ହରାଇଥିଲା। ସନ୍ତୋଷ ଦେବକାନ୍ତ (୫୦)ଙ୍କୁ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ମିଳିଥିଲା। ଗୁରୁବାର ସହିଦ ସ୍ପୋର୍ଟିଂ ଫାଇନାଲ୍‌ରେ ଗୋଳକୁଣ୍ଡର ବିଏମ୍‌ସିସିକୁ ଭେଟିବ।

ସମ୍ବନ୍ଧିତ ଖବର