ସାହାରୁଖ ଓ ଅକ୍ଷୟ କୁମାର ଆସିବେ

ଭୁବନେଶ୍ବର: ଓଡ଼ିଶା ହକି ବିଶ୍ବକପ୍ ଉଦ୍‌ଘାଟନୀ ଉତ୍ସବ ନୂଆ ମାନଦଣ୍ଡ ଧାର୍ଯ୍ୟ କରିଯିବ। ଆଗରୁ କୌଣସି ହକି ବିଶ୍ବକପ୍‌ରେ ଏଭଳି ଉଦ୍‌ଘାଟନୀ ଉତ୍ସବ ହୋଇନଥିବ। ଏଭଳି ସୂଚନା ଦୋହରାଇଛନ୍ତି ହକି ବିଶ୍ବକପ୍‌ର ସୃଜନଶୀଳ କୌଶଳ ଦାୟିତ୍ବରେ ଥିବା ନୂପୁର ମହାଜନ। ନଭେମ୍ବର ୨୭ ତାରିଖରେ ହକି କଳିଙ୍ଗ ଷ୍ଟାଡିୟମ୍ ଆ‌ଥଲେଟିକ୍ସ ପଡ଼ିଆରେ ଆୟୋଜିତ ରଙ୍ଗାରଙ୍ଗ ଉଦ୍‌ଘାଟନୀ ଉତ୍ସବରେ ଓସ୍କାର ବିଜେତା ଏଆର୍ ରେହମାନ ଏବଂ ଶେଖ ଗୁଲଜାରଙ୍କ ସଂଗୀତ ପରିବେଶଣ କରିବେ। କିନ୍ତୁ ବଲିଉଡ୍ ଅଭିନେତା ସାହାରୁଖ୍ ଖାନ୍ ଏବଂ ଅକ୍ଷୟ କୁମାରଙ୍କ ଭଳି କିଛି ବଡ଼ ବଡ଼ ତାରକା ଅନ୍ୟତମ ଆକର୍ଷଣ ହେ‌େବ ବୋଲି ସୂଚନା ଦିଆଯାଇଛି। ହଲିଉଡ୍ ତାରକାଙ୍କୁ ମଧ୍ୟ ଆଣାଯିବ ବୋଲି ମହାଜନ କହିଛନ୍ତି। ନଭେମ୍ବର ୨୮ରୁ ଡିସେମ୍ବର ୧୬ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହକି ବିଶ୍ବକପ୍‌ର ୧୪ତମ ସଂସ୍କରଣରେ ଭାରତ ସମେତ ୧୬ ଦେଶ ଭାଗନେବେ। ଅନ୍ୟପକ୍ଷରେ ନୂଆ ଟର୍ଫ ଏବଂ ଷ୍ଟାଡିୟମ୍ ରୂପରେଖରେ ଉଭା ହୋଇଥିବା କଳିଙ୍ଗ ହକି କଂପ୍ଲେକ୍ସ ଅକ୍ଟୋବର ୧୦ ତାରିଖରେ ଉଦ୍‌ଘାଟିତ ହେବ। ଏଥି ପାଇଁ କାର୍ଯ୍ୟ ଶେଷ ହୋଇଛି। ସୋମବାର ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ ପଡ଼ିଆ ଏବଂ ଖେଳାଳିଙ୍କ ଡ୍ରେସିଂ ରୁମ୍‌ ବୁଲି ସନ୍ତୋଷ ପ୍ରକାଶ କରିଥିଲେ।

ସମ୍ବନ୍ଧିତ ଖବର