ସାମିଙ୍କ ପାଇଁ ଭଲ ଓ ଖରାପ ଖବର: ଇଂଲଣ୍ଡ ବିପକ୍ଷରେ ଖେଳିବେ, ପତ୍ନୀ ଆଣିଲେ ଚେକ ବାଉନ୍ସ ଅଭିଯୋଗ

କୋଲକାତା: ଇଂଲଣ୍ଡ ବିରୋଧରେ ୫ରୁ ୩ ଟେଷ୍ଟ ମ୍ୟାଚର ଶୃଙ୍ଖଳା ପାଇଁ ବିସିସିଆଇ ବୁଧବାର ଭାରତୀୟ ଟିମ୍‌ ଘୋଷଣା କରିଛି। ଏଥିରେ ଦ୍ରୁତ ବୋଲର ମହମ୍ମଦ ସାମିଙ୍କୁ ମଧ୍ୟ ସ୍ଥାନ ମିଳିଛି। ଏହି ଖୁସି ଖବର ମଧ୍ୟରେ ସାମିଙ୍କ ପାଇଁ ତାଙ୍କ ପତ୍ନୀ ହାସିନ ଜହାଁ ଏକ ଶକ୍ତ ଧକ୍କା ଦେବା ଭଳି ଅଭିଯୋଗ କୋର୍ଟରେ ଆଣିଛନ୍ତି। କୋଲକାତାର ଏକ କୋର୍ଟରେ ହାସିନ ଜହାଁ ଏହି ଅଭିଯୋଗ ଆଣିଥିବା ଜଣାପଡ଼ିଛି।

ମାମଲା ହେଲା ଏମିତି ଯେ, ପତ୍ନୀଙ୍କ ସହିତ ଦୀର୍ଘ ଦିନ ଧରି ବିବାଦ ଚାଲିବା ପରେ ମହମ୍ମଦ ସାମି ନିଜର ପତ୍ନୀ ହାସିନ ଜହାଁଙ୍କୁ ଏକ ଲକ୍ଷ ଟଙ୍କାର ବ୍ୟାଙ୍କ ଚେକ ଦେଇଥିଲେ। ଏହି ଚେକ ବ୍ୟାଙ୍କରେ ଜମା କରିବା ପରେ ବାଉନ୍ସ ହୋଇ ଯାଇଥିଲା। ଏହା ପରେ ହାସିନ କୋର୍ଟରେ ଅଭିଯୋଗ ଆଣିଛନ୍ତି। ହାସିନ ଜହାଁଙ୍କ ଅଭିଯୋଗ ଅନୁଯାୟୀ କୋଲକାତାର ଏହି ଅଦାଲତ ସାମିଙ୍କୁ ଜବାବ ମାଗିଛନ୍ତି। ସାମିଙ୍କୁ ସେପଟେମ୍ବର ୨୦ରେ କୋର୍ଟରେ ହାଜର ହେବାକୁ ଆଦେଶ ହୋଇଛି।

ସମ୍ବନ୍ଧିତ ଖବର