ମନେ ପଡ଼େ ଓ୍ଵାର୍ଣ୍ଣଙ୍କ ‘ବଲ୍‌ ଅଫ୍‌ ଦ ସେଞ୍ଚୁରୀ’, ୯୦ ଡିଗ୍ରିରେ ଟର୍ଣ୍ଣ କରିଥିବା ବଲ୍‌ ଖେଳପ୍ରେମୀଙ୍କୁ କରିଥିଲା ଚକିତ

ନୂଆଦିଲ୍ଲୀ: ଅଷ୍ଟ୍ରେଲିଆର ପୂର୍ବତନ ପ୍ରସିଦ୍ଧ ଲେଗ୍‌ ସ୍ପିନର ସେନ୍‌ ଓ୍ଵାର୍ଣ୍ଣ ୨୫ ବର୍ଷ ପୂର୍ବେ ଆଜିର ଦିନରେ ଏଭଳି ଏକ ବଲ ଫିଙ୍ଗି ଥିଲେ, ଯେଉଁ ପ୍ରଶଂସକମାନେ ଦେଖିଥିବେ ତାହା ଭୁଲିବା ସହଜ ନୁହେଁ। ଏସେସ ସିରିଜରେ ଓ୍ଵାର୍ଣ୍ଣଙ୍କ ଏହି ବଲ୍‌କୁ ‘ବଲ୍‌ ଅଫ୍‌ ଦ ସେଞ୍ଚୁରୀ’ ଆଖ୍ୟା ଦିଆଯାଇଛି।

୧୯୯୩ ଜୁନ ୪ରେ ସେନ୍‌ ଓ୍ଵାର୍ଣ୍ଣ ଇଂଲଣ୍ଡ ବିରୋଧରେ ମଞ୍ଚେଷ୍ଟର ଟେଷ୍ଟରେ ଇଂଲଣ୍ଡ ବ୍ୟାଟସ୍‌ମ୍ୟାନ୍‌ ମାଇକ ଗେଟିଙ୍ଗଙ୍କୁ ବୋଲଡ୍‌ କରିଥିଲେ। ଏହି ବଲ ୯୦ ଡିଗ୍ରି କୋଣରେ ବୁଲିଥିଲା, ଯାହକୁ ଦେଖି ଖେଲାଳି ଓ ଦର୍ଶକ ଚକିତ ହୋଇ ଯାଇଥିଲେ।

ଓ୍ଵାର୍ଣ୍ଣଙ୍କ ବଲ ବାମ ଷ୍ଟମ୍ପର ବହୁ ବାହାରେ ଥିଲା ଓ ଏହା ଏମିିତି ଲାଗୁଥିଲା ଯେ, ବଲ ଓ୍ଵାଇଡ ହେବ। ଏଭଳି ଭାବନାରେ ଗେଟିଙ୍ଗ ଏହି ବଲକୁ ଖେଳିବାକୁ ଉଦ୍ୟମ କରି ନଥିଲେ। ଏହାରି ଭିତରେ ବଲ୍‌ଟି ଜବରଦସ୍ତ ଟର୍ଣ୍ଣ ହୋଇଥିଲା। ଗେଟିଙ୍ଗଙ୍କ ଭାବନାକୁ ଭୁଲ ପ୍ରମାଣିତ କରି ବଲ୍‌ଟି ଯାଇ ଅଫ୍‌ ଷ୍ଟମ୍ପରେ ବାଜିଥିଲା।

‘ବଲ୍‌ ଅଫ୍‌ ଦ ସେଞ୍ଚୁରୀ’ ଏଭଳି ଥିଲା ଯେ, ଯାହାକି ଅନ୍ୟ ବୋଲରମାନେ ମଧ୍ୟ ଏମିତି କରିବାକୁ ଉଦ୍ୟମ କରିଥାନ୍ତି। ଏହି ବଲ ପଡ଼ିଆ ଭିତରେ ଓ ପଡ଼ିଆ ବାହାରେ ମୋର ଜୀବନରେ ପରିବର୍ତ୍ତନ ଆଣି ଦେଇଥିଲା। ମୁଁ ଗର୍ବ ଅନୁଭବ କରୁଛି, ଯେ ମୁଁ ‘ବଲ ଅଫ ଦ ସେଞ୍ଚୁରୀ’ ପକାଇଥିଲି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଲା ଯେ, ମାଇକ ଗେଟିଙ୍ଗ ଭଳି ଜଣେ ଲୋକପ୍ରିୟ ଖେଳାଳିଙ୍କୁ ଏହି ବଲ୍‌ ମାଧ୍ୟମରେ ଆଉଟ କରିବା ଅନୁଭୂତି ଅଭୁଲା ହୋଇ ରହିଛି।
-ସେନ୍‌ ଓ୍ଵାର୍ଣ୍ଣ, ପୂର୍ବତନ ଅଷ୍ଟ୍ରେଲିଆ କ୍ରିକେଟର

ସୂଚନାଯୋଗ୍ୟ ସେନ୍‌ ଓ୍ଵାର୍ଣ୍ଣ ହେଉଛନ୍ତି ଟେଷ୍ଟ କ୍ରିକେଟରେ ସବୁଠାରୁ ଅଧିକ ଓ୍ଵିକେଟ୍‌ ହାସଲ କରିଥିବା ବୋଲର। ସେ ୧୪୫ଟି ଟେଷ୍ଟ ମ୍ୟାଚ୍‌ ଖେଳି ୭୦୮ ଓ୍ଵିକେଟ ହାସଲ କରିଛନ୍ତି। ଏଥିରେ ୩୭ ଥର ୫ ଅଥବା ତତୁର୍ଦ୍ଦ। ୧୦ଥର ୧୦ ଅଥବା ତା’ଠାରୁ ଅଧିକ ଓ୍ଵିକେଟ୍‌ ସାମିଲ। ସେ ୧୯୪ଟି ଦିନିକିଆ ମ୍ୟାଚ୍‌ରେ ୨୯୩ଟି ଓ୍ଵିକେଟ୍‌ ନେଇଛନ୍ତି।

ସମ୍ବନ୍ଧିତ ଖବର