ଶାସ୍ତ୍ରୀଙ୍କୁ ୨ କୋଟି, କୋହଲିଙ୍କୁ କୋଟିଏ:ବିସିସିଆଇ ଦେଲା ଦରମା ବିବରଣୀ

ମୁମ୍ବାଇ: ବିସିସିଆଇ ସୋମବାର ଭାରତୀୟ କ୍ରିକେଟ୍‌ ଦଳର ଖେଳାଳି ଏବଂ ପ୍ରଶିକ୍ଷକଙ୍କ ଦରମା ବିବରଣୀ ଦେଇଛି। ତଦନୁଯାୟୀ ଜୁଲାଇ ମଧ୍ୟଭାଗରୁ ଅକ୍ଟୋବର ମଧ୍ୟଭାଗ ପର୍ଯ୍ୟନ୍ତର ସେବା ପାଇଁ ମୁଖ୍ୟ ପ୍ରଶିକ୍ଷକ ରବି ଶାସ୍ତ୍ରୀଙ୍କୁ ୨ କୋଟି ୫ ଲକ୍ଷ ଟଙ୍କାର ଅଗ୍ରୀମ ରାଶି ପ୍ରଦାନ କରାଯାଇଥିବା ଭାରତୀୟ ବୋର୍ଡ ପ୍ରକାଶ କରିଛି। ଅନ୍ୟ ପକ୍ଷରେ ଅଧିନାୟକ ବିରାଟ କୋହଲି ଦକ୍ଷିଣ ଆଫ୍ରିକା ଦିନିକିଆ ଏବଂ ଟେଷ୍ଟ୍‌ ଶୃଙ୍ଖଳା ପାଇଁ ମାତ୍ର ୧.୨୫ କୋଟି ଟଙ୍କା ପାଇଛନ୍ତି। ଭାରତୀୟ କ୍ରିକେଟ୍‌ ଦଳ ଟେଷ୍ଟ୍‌ ମାନ୍ୟତାର ଏକ ନମ୍ବର ସ୍ଥାନ ବଜାୟ ରଖିଥିବାରୁ ସମସ୍ତ ଖେଳାଳିଙ୍କୁ ଅତିରିକ୍ତ ୨୯ ଲକ୍ଷ ୨୭ ହଜାର ୭୦୦ ଟଙ୍କା ଦିଆଯାଇଥିବା ଜଣାପଡ଼ିଛି। ଆଇସିସି ରାଜସ୍ୱ ଅଂଶ ଭାବେ ମଧ୍ୟ ସବୁ ଖେଳାଳି ଲକ୍ଷାଧିକ ଟଙ୍କା ପାଇଛନ୍ତି। ତେବେ ପ୍ରଶିକ୍ଷକ ରବି ଶାସ୍ତ୍ରୀ ବାର୍ଷିକ ୮ କୋଟି ଟଙ୍କା ପାଇବା ସମସ୍ତଙ୍କୁ ବିସ୍ମିତ କରିଛି। ବିସିସିଆଇ କୋହଲିଙ୍କ ସହ ହାର୍ଦିକ ପାଣ୍ଡ୍ୟା, ଚେତେଶ୍ୱର ପୂଜାରା, ଈଶାନ୍ତ ଶର୍ମା, ଯଶପ୍ରୀତ ବୁମରା, କୁଲଦୀପ ଯାଦବ, ପାର୍ଥିବ ପଟେଲ, ଦୀନେଶ କାର୍ତିକ, ଭୁବନେଶ୍ୱର କୁମାର, ରବିଚନ୍ଦ୍ରନ୍‌ ଅଶ୍ୱିନ, ରୋହିତ ଶର୍ମା, ୟୁଜବେନ୍ଦ୍ର ଚହଲ, ଋଦ୍ଧିମାନ ସାହା ଓ ଶିଖର ଧାଓ୍ଵନଙ୍କ ଦରମା ବିଷୟରେ ମଧ୍ୟ ବିସ୍ତତ ବିବରଣୀ ନିଜ େଓ୍ଵବସାଇଟ୍‌ରେ ପ୍ରକାଶ କରିଛି।

ସମ୍ବନ୍ଧିତ ଖବର