ରାଜକୋଟ୍‌ ଏକଦିବସୀୟ : ଅଳ୍ପକେ ଶତକରୁ ବଞ୍ଚିତ ହେଲେ ଶିଖର ଧଓ୍ଵନ , ଭାରତ ୧୮୪/୨

ରାଜକୋଟ : ଗୁଜୁରାଟର ରାଜକୋଟଠାରେ ଥିବା ସୌରାଷ୍ଟ୍ର କ୍ରିକେଟ ଆସୋସିଏସନ ଷ୍ଟାଡିୟମଠାରେ ଚାଲିଥିବା ଭାରତ-ଅଷ୍ଟ୍ରେଲିଆ ୨ୟ ଏକଦିବସୀୟ ମ୍ୟାଚରେ ଭାରତ ୨୯ ଓଭର ଶେଷ ସୁଦ୍ଧା ୨ ଓ୍ଵିକେଟ ହରାଇ ୧୮୪ ରନ ସଂଗ୍ରହ କରିଛି । ଶିଖର ଧଓ୍ଵନ ୯୬ ରନ କରି କେନ ରିଚାର୍ଡସନଙ୍କ ବଲରେ ଆଉଟ ହୋଇଛନ୍ତି । ପ୍ରଥମ ଏକଦିବସୀୟରେ ସେ ୭୪ ରନ କରିଥିଲେ ।

ଏହା ପୂର୍ବରୁ ଅଷ୍ଟ୍ରେଲିଆ ଦଳ ଟସ ଜିଣି ଭାରତକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲା । ଭାରତ ପକ୍ଷରୁ ରୋହିତ ଶର୍ମା ଓ ଶିଖର ଧଓ୍ଵନ ସତର୍କତାର ସହ ବ୍ୟାଟିଂ ଆରମ୍ଭ କରି ଭାରତ ପାଇଁ ଏକ ଦୃଢ ମୂଳଦୁଆ ପକାଇଥିଲେ । ଉଭୟ ଓପନିଂ ଯୋଡ଼ି ପ୍ରାୟ ୮୧ ରନ ସ୍କୋର କରିବା ପରେ ରୋହିତ ଶର୍ମା ଆଉଟ ହୋଇଥିଲେ । ରୋହିତ ୪୨ ରନ କରିଥିବାବେଳେ ଆଡାମ ଜାମ୍ପାଙ୍କ ଦ୍ୱାରା ଏଲବିଡବ୍ଲୁ ଆଉଟ ହୋଇଥିଲେ । ରୋହିତ ଆଉଟ ହେବା ପରେ ଅଧିନାୟକ ବିରାଟ କୋହଲି ମୈଦାନକୁ ଓହ୍ଲାଇଥିଲେ । ଦଳୀୟ ସ୍କୋର ୧୮୪ ରନ ହୋଇଥିବାବେଳେ ଧଓ୍ଵନ ଆଉଟ ହୋଇଥିଲେ ।
ତିନିଦିନତଳେ ମୁମ୍ବାଇର ଓ୍ଵାଙ୍ଖଡ଼େ ଷ୍ଟାଡିୟମରେ ହୋଇଥିବା ପ୍ରଥମ ଏକଦିବସୀୟ ମ୍ୟାଚରେ ଅଷ୍ଟ୍ରେଲିଆ ଭାରତକୁ ୧୦ ଓ୍ଵିକେଟରେ ପରାସ୍ତ କରିଥିଲା । ଭାରତର ୨୫୫ ରନ ଟାର୍ଗେଟକୁ ଅଷ୍ଟ୍ରେଲିଆ କୌଣସି ଓ୍ଵିକେଟ ନହରାଇ ଜିତିଯାଇଥିଲା ।

ସମ୍ବନ୍ଧିତ ଖବର