ବିଶ୍ୱକପ୍‌ ମ୍ୟାଚରେ ପାକ୍‌ ପରାଜିତ ହେବା ପରେ କ୍ୟାପ୍‌ଟେନ୍‌ ସର୍ଫରାଜଙ୍କୁ ବୁଦ୍ଧିହୀନ କହି ଗାଳିଦେଲେ ପୂର୍ବତନ କ୍ରିକେଟର ସୋଏବ ଅଖତାର

ଇସ୍‌ଲାମବାଦ୍‌: ଗତକାଲି ଇଂଲଣ୍ଡର ମଞ୍ଚେଷ୍ଟରଠାରେ ଖେଳା ଯାଉଥିବା ବିଶ୍ୱ କପ୍‌ ମ୍ୟାଚ୍‌ରେ ଭାରତଠାରୁ ପାକିସ୍ତାନ ହରିଯିବା ପରେ ପାକ୍‌ କ୍ୟାପ୍‌ଟେନ୍‌ ସର୍ଫରାଜ ଅହମ୍ମଦଙ୍କ ଉପରେ ବର୍ଷିଛନ୍ତି ପୂର୍ବତନ କ୍ରିକେଟ୍‌ ତାରକା ସୋଏବ ଅଖତାର୍‌।

ସୋଏବ୍‌ ସର୍ଫରାଜଙ୍କୁ ଜଣେ ବୁଦ୍ଧିହୀନ କ୍ୟାପ୍‌ଟେନ ବୋଲି କହି ସମ୍ବୋଧନ କରିଛନ୍ତି। ଟସ୍‌ ଜିତିବା ପରେ ଆଗ ବ୍ୟାଟିଂ ନିଷ୍ପତ୍ତି ନ ନେଇ ଫିଲ୍ଡିଂ ନିଷ୍ପତ୍ତି ନେବାର କ’ଣ ଆବଶ୍ୟକତା ଥିଲା ବୋଲି ସେ ପ୍ରଶ୍ନ କରିବା ସହ ପ୍ରବଳ କ୍ଷୋଭ ପ୍ରକାଶ କରିଛନ୍ତି।

The Week

ଟସ୍‌ ଜିତିବା ଅଧା ବିଜୟ ସହ ସମାନ। ମାତ୍ର ସେ ସମୟରେ ଭୁଲ୍‌ ନିଷ୍ପତ୍ତି ନେଇ ସୋଏବ ଆରମ୍ଭରୁ ହିଁ ଖେଳ ହାରି ଯାଇଥିଲେ। ପାକିସ୍ତାନ ହାରିବା ପାଇଁ ସର୍ଫରାଜ ହିଁ ଦାୟୀ ବୋଲି ସୋଏବ ଗଣମାଧ୍ୟମରେ କହୁଥିବାର ନଜର ଆସିଛନ୍ତି।

ସୋଏବଙ୍କ କହିବା କଥା ହେଲା ପାକିସ୍ତାନ ଟସ୍‌ ଜିତିବା ପରେ ଯଦି ବ୍ୟାଟିଂ ନିଷ୍ପତ୍ତି ନେଇଥାନ୍ତା ତେବେ ଏପରି ପରିସ୍ଥିତି ଉପୁଜି ନଥାନ୍ତା। ପାକ୍‌ ୨୬୦ ରନ୍‌ କରିଥିଲେ ବି ନିର୍ଦ୍ୱନ୍ଦ୍ୱରେ ଜିତିଥାନ୍ତା।

ସମ୍ବନ୍ଧିତ ଖବର