ସୁବାସିକଙ୍କ ସୁଟଆଉଟ୍‌ କୀର୍ତ୍ତିିମାନ

ନିଝନି,: ଡେନମାର୍କ ବିପକ୍ଷ ପ୍ରି-କ୍ୱାର୍ଟର ମ୍ୟାଚ୍‌ରେ କ୍ରୋଏସିଆର ରୋମାଞ୍ଚକର ବିଜୟରେ ଏହି ଦଳର ଗୋଲରକ୍ଷକ ଡାନିଜେଲ ସୁବାସିକ ପ୍ରମୁଖ ଭୂମିକା ତୁଲାଇଥିଲେ। ପେନାଲ୍ଟି ସୁଟଆଉଟ୍‌ ବେଳେ ଡେନାମର୍କ ଖେଳାଳିଙ୍କ ତିନିଟି ସଟ୍‌କୁ ରୋକି ବ୍ୟକ୍ତିିଗତ ଭାବେ ସେ ବିଶ୍ୱ କୀର୍ତ୍ତିମାନର ଅଧିକାରୀ ହୋଇଥିଲେ। ବିଶ୍ୱକପ୍‌ ଇତିହାସର ଦ୍ୱିତୀୟ ଗୋଲ୍‌ ରକ୍ଷକ ଭାବେ ସେ କୌଣସି ସୁଟଆଉଟର ତିନିଟି ପେନାଲ୍ଟି ସଟକୁ ରୋକିଥିଲେ। ଏହା କରି ସେ ପର୍ତୁଗାଲର ରିକାର୍ଡୋ ପେରେରାଙ୍କ ସମକକ୍ଷ ହୋଇଥିଲେ। ପେରେରା ୨୦୦୬ ବିଶ୍ୱକପରେ ଇଂଲଣ୍ଡର ଫ୍ରାଙ୍କ ଲମ୍ପାର୍ଡ, ଷ୍ଟିଭେନ୍‌ ଜେରାଡଓ ଜାମି କାରାଘେରଙ୍କ ସଟ୍‌କୁ ରୋକି ପ୍ରଥମ ଗୋଲ୍‌ ରକ୍ଷକ ଭାବେ ଏଭଳି ନିଆରା ହ୍ୟାଟ୍ରିକ୍‌ କରିଥିଲେ। ରବିବାର ସୁବାସିକ ତାଙ୍କର ଏହି ଅନନ୍ୟ ସଫଳତାକୁ ରୋକିଥିଲେ। ସେ ଡେନମାର୍କର କ୍ରିଷ୍ଟିଆନ ଏରିକସନ୍‌, ଲାସେ ସ୍କୋନ ଓ ନିକୋଲାଇ ଜର୍ଗେନସନଙ୍କ ଗୋଲ୍‌ ପ୍ରୟାସକୁ ନିଷ୍ଫଳ କରି ଦେଇଥିଲେ। ଡେନାମର୍କ ଗୋଲ୍‌ ରକ୍ଷକ କାସ୍ପର ସ୍କେମିଚେଇ ମଧ୍ୟ ପ୍ରଭାବଶାଳୀ ପ୍ରଦର୍ଶନ କରିଥିଲେ। ତେବେ କେବଳ ଦୁଇ ଜଣ କ୍ରୋଏସିଆ ଖେଳାଳିଙ୍କ ସଟ୍‌କୁ ରୋକି ପାରିଥିଲେ। ଫଳରେ କ୍ରୋଏସିଆ ଉତ୍କଣ୍ଠାପୂର୍ଣ୍ଣ ବିଜୟ ସହ କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଥିଲା।

ସମ୍ବନ୍ଧିତ ଖବର