ଆଉ ଦୁଇ ପଦକ ପାଇଲା ଭାରତ: ବନ୍ଧୁକ ଚାଳନାରେ ସଂଜୀବ ରାଜପୁତ ପାଇଲେ ରୌପ୍ୟ, ସେପକ୍‌ ଟ୍ରାକରେ କାଂସ୍ୟ

ଜାକର୍ତା: ଅଷ୍ଟାଦଶ ଏସୀୟ କ୍ରୀଡ଼ାର ତୃତୀୟ ଦିନରେ ଭାରତୀୟ ସୁଟରମାନେ ପଦକ ଅମଳ ଜାରି ରଖିଛନ୍ତି। ବନ୍ଧୁୁକଚାଳନାରୁ ଆଉ ଏକ ରୌପ୍ୟ ପଦକ ହାସଲ କରିଛି। ଭାରତୀୟ ସୁଟର ସଂଜୀବ ରାଜପୁତ ୫୦ମିଟର ରାଇଫଲ୍‌ ବର୍ଗରେ ରୌପ୍ୟ ପଦକ ଲାଭ କରିଛନ୍ତି। ସେହିଭଳି ସେପକ୍‌ ଟ୍ରାକରେ ଭାରତୀୟ ଦଳ ବ୍ରୋଞ୍ଜ ପଦକ ପାଇଛି। ଗତକାଲି ବନ୍ଧୁକ ଚାଳନାରୁ ଦୁଇଟି ରୌପ୍ୟପଦକରେ ସନ୍ତୁଷ୍ଟ ହେବାକୁ ବାଧ୍ୟ ହୋଇଥିବା ଭାରତୀୟ ଦଳକୁ ଆଜି ସକାଳୁ ବନ୍ଧୁ ଚାଳନାରେ ଗୋଟିଏ ସ୍ୱର୍ଣ୍ଣ ଓ ଗୋଟିଏ କାଂସ୍ୟପଦକ ପାଇସାରିଛି।

ସୋମବାର ଭାରତର ପଦକ ବିଜୟ ଧାରା ବନ୍ଧୁକ ଚାଳନା ରେଞ୍ଜ୍‌ରୁ ଆରମ୍ଭ ହୋଇଥିଲା। ପୁରୁଷ ୧୦ ମିଟର ରାଇଫଲରେ ଦୀପକ କୁମାର ରୌପ୍ୟ ପଦକ ଜିଣିଥିଲେ। ୩୩ ବର୍ଷୀୟ ଦୀପକଙ୍କ ପ୍ରଦର୍ଶନରୁ ଉତ୍ସାହ ନେଇ ୧୯ ବର୍ଷୀୟ କିଶୋର ତାରକା ଲକ୍ଷ୍ୟ ସେରନ୍‌ ମଧ୍ୟ ପୁରୁଷ ଟ୍ରାପ୍‌ରେ ସେହି ରୁପେଲି ସଫଳତା ଦୋହରାଇ ଥିଲେ। ତେବେ ଆଜି ତୃତୀୟ ଦିବସରେ ମଧ୍ୟ ଭାରତ ବନ୍ଧୁକ ଚାଳନାରୁ ତାର ସ୍ୱର୍ଣ୍ଣିମ ଅଭିଯାନ ଆରମ୍ଭ କରିଛି। ୧୦ ମିଟର ଏୟାର ପିସ୍ତଲ ଇଭେଣ୍ଟରେ ସୌରଭ ଚୌଧୁରୀ ସ୍ୱର୍ଣ୍ଣ ପଦକ ଜିତିଥିବା ବେଳେ ସେହି ଇଭେଣ୍ଟରେ ଭାରତର ଅଭିଷେକ ବର୍ମା କାଂସ୍ୟ ପଦକ ଜିଣିଛନ୍ତି। ସୌରଭ ମୋଟ୍‌ ୨୪୦.୭ ପଏଣ୍ଟ ପାଇ ସ୍ୱର୍ଣ୍ଣ ପଦକ ଜିଣିବା ସହିତ ଏସିଆଡ଼ ରେକର୍ଡ କରିଛନ୍ତି। ସେହିପରି ଅଭିଷେକ ବର୍ମା ୨୧୯.୩ ପଏଣ୍ଟ ସହିତ କାଂସ୍ୟ ପଦକ ଜିତିଥିବାବେଳେ ଜାପାନର ଟି ମାସୁଦା ରୌପ୍ୟପଦକ ଜିିଣିଛନ୍ତି।

ସମ୍ବନ୍ଧିତ ଖବର