ବ୍ୟାଟିଂରେ ଶୁଭ୍ରାଂଶୁ, ବୋଲିଂରେ ବସନ୍ତ ଶ୍ରେଷ୍ଠ

ଭୁବନେଶ୍ବର: ଚଳିତ ଋତୁର ରଣଜୀ ଟ୍ରଫି ଶେଷ ହେବାକୁ ଆଉ ଗୋଟିଏ ଦିନ ବାକି ଥିଲା ବେଳେ ବୁଧବାର ଓଡ଼ିଶା ତା’ର ଅଭିଯାନ ଶେଷ କରିଛି। ତିନି ଦିନ ମଧ୍ୟରେ ଗୋଆକୁ ୨୭୬ ରନ୍‌ର ବୃହତ୍‌ ବ୍ୟବଧାନରେ ପରାସ୍ତ କରି ଓଡ଼ିଶା ଦିନକ ପୂର୍ବରୁ ଅଭିଯାନ ଶେଷ କରିଛି। ଏହି ଋତୁରେ ଗ୍ରୁପ୍‌-ସିରେ ସାମିଲ ଥିବା ଓଡ଼ିଶା ମୋଟ ୯ ମ୍ୟାଚ୍‌ ଖେଳିଥିଲା। କେବଳ ଶୁଭ୍ରାଂଶୁ ସେନାପତି ଓ ବିପ୍ଲବ ସାମନ୍ତରାୟଙ୍କୁ ବାଦ୍‌ ଦେଲେ ଅନ୍ୟ କେହି ୯ ମ୍ୟାଚ୍‌ ଖେଳିନଥିଲେ। ତେବେ ବ୍ୟାଟ୍‌ସମ୍ୟାନ୍‌ଙ୍କ ମଧ୍ୟରେ ଶୁଭ୍ରାଂଶୁ ଓ ବୋଲରଙ୍କ ମଧ୍ୟରେ ବସନ୍ତ ମହାନ୍ତି ଶ୍ରେଷ୍ଠ ପ୍ରଦର୍ଶନ ପାଇଛନ୍ତି। ଶୁଭ୍ରାଂଶୁ ଚଳିତ ଋତୁରେ ସର୍ବାଧିକ ୬୧୭ ରନ୍‌ କରି ଓଡ଼ିଶାର ଅଗ୍ରଣୀ ବ୍ୟାଟ୍‌ସମ୍ୟାନ୍‌ ରହିଥିଲା ବେଳେ ହାରାହାରିରେ ଅଭିଷେକ ରାଉତ ଶ୍ରେଷ୍ଠ ରହିଛନ୍ତି। ଶୁଭ୍ରାଂଶୁଙ୍କ ପଛକୁ ସର୍ବାଧିକ ରନ୍‌ କରିବାରେ ଅନୁରାଗ ଷଡ଼ଙ୍ଗୀ, ବିପ୍ଳବ ସାମନ୍ତରାୟ, ଅଭିଷେକ ରାଉତ, ଶାନ୍ତନୁ ମିଶ୍ର ଓ ଦେବାଶିଷ ସାମନ୍ତରାୟ ଯଥାକ୍ରମେ ଦ୍ବିତୀୟରୁ ଷଷ୍ଠରେ ରହିଛନ୍ତି। ଅନ୍ୟପକ୍ଷରେ ସର୍ବାଧିକ ୱିକେଟ୍‌ ଅକ୍ତିଆର ସହ କଞ୍ଜୁସ୍‌ ବୋଲିଂ କରିବାରେ ଦ୍ରୁତ ବୋଲର ବସନ୍ତ ମହାନ୍ତି ସର୍ବାଗ୍ରେ ରହିଛନ୍ତି। ସେ ୪୪ ୱିକେଟ୍‌ ନେଇଥିଲା ବେଳେ ତାଙ୍କ ହାରାହାରି ୧୧.୭୦ ରହିଛି। ବୋଲରଙ୍କ ମଧ୍ୟରେ ବସନ୍ତଙ୍କ ପଛକୁ ରାଜେଶ ମହାନ୍ତି ଓ ସୂର୍ଯ୍ୟକାନ୍ତ ପ୍ରଧାନ ରହିଛନ୍ତି।

ବ୍ୟାଟିଂରେ ଶୁଭ୍ରାଂଶୁ, ବୋଲିଂରେ ବସନ୍ତ ଶ୍ରେଷ୍ଠ

ସମ୍ବନ୍ଧିତ ଖବର