ଭାରତୀୟ ବିଶ୍ୱବିଦ୍ୟାଳୟ ଦଳରେ ସିଦ୍ଧାନ୍ତ, ଆକାଂକ୍ଷା

ଭୁବନେଶ୍ୱର: କିଟ୍‌ ବିଶ୍ୱବିଦ୍ୟାଳୟ ପରିସରରେ ୨୨ ତାରିଖରୁ ଚାଲିଥିବା ବିଶ୍ୱ ବିଶ୍ୱବିଦ୍ୟାଳୟ ଚେସ୍‌ (ପୁରୁଷ ଓ ମହିଳା) ପ୍ରତିଯୋଗିତାର ମନୋନୟନ ଶିବିର ବୁଧବାର ଶେଷ ହୋଇଛି। ପ୍ରତିଯୋଗିତାରୁ ଉଭୟ ପୁରୁଷ ଓ ମହିଳା ବର୍ଗରେ ଶ୍ରେଷ୍ଠ ୪ ଲେଖାଏଁ ପ୍ରତିଯୋଗୀଙ୍କୁ ବିଶ୍ୱ ବିଶ୍ୱବିଦ୍ୟାଳୟ ଦଳକୁ ମନୋନୀତ କରାଯାଇଛି। ବିଶ୍ୱ ବିଶ୍ୱବିଦ୍ୟାଳୟ ଚେସ୍‌ ପ୍ରତିଯୋଗିତା ବ୍ରାଜିଲ୍‌ର ଆରାକୁଜ୍‌ରେ ଆସନ୍ତା ସେପ୍ଟେମ୍ବର ୧୨ରୁ ୧୮ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହେବ। ଏଥିପାଇଁ ଭାରତୀୟ ବିଶ୍ୱବିଦ୍ୟାଳୟ ଦଳରେ ଦୁଇ ଜଣ ଓଡ଼ିଆ ସ୍ଥାନ ପାଇଛନ୍ତି। ସେମାନଙ୍କ ମଧ୍ୟରୁ ପୁରୁଷରେ ଫକୀରମୋହନ ବିଶ୍ୱବିଦ୍ୟାଳୟ ଛାତ୍ର ସିଦ୍ଧାନ୍ତ ମହାପାତ୍ର ଏବଂ ମହିଳାରେ କିଟ୍‌ ବିଶ୍ୱବିଦ୍ୟାଳୟ ଛାତ୍ରୀ ଆକାଂକ୍ଷା କବି ମନୋନୀତ ହୋଇଛନ୍ତି। କିଟ୍‌ ଓ କିସ୍‌ର ପ୍ରତିଷ୍ଠାତା ପ୍ରଫେସର ଅଚ୍ୟୁତ ସାମନ୍ତ ସମସ୍ତ ମନୋନୀତ ପ୍ରତିଯୋଗୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି।

ସମ୍ବନ୍ଧିତ ଖବର