ସିଦ୍ଧାର୍ଥ କୌଲ୍‌ଙ୍କୁ ଚେତାବନୀ

ମୁମ୍ବାଇ: ସନ୍‌ରାଇଜର୍ସ ହାଇଦ୍ରାବାଦର ଦ୍ରୁତ ବୋଲର ସିଦ୍ଧାର୍ଥ କଉଲ୍‌ଙ୍କୁ ଖେଳାଳିଙ୍କ ଆଚରଣ ସଂହିତା ଉଲ୍ଲଂଘନ କାରଣରୁ ଚେତାବନୀ ମିଳିଛି। ମଙ୍ଗଳବାର ମୁମ୍ବାଇ ଇଣ୍ଡିଆନସ ବିପକ୍ଷ ମ୍ୟାଚ୍‌ ବେଳେ ସେ ମୟଙ୍କ ମାର୍କଣ୍ଡଙ୍କ ଓ୍ଵିକେଟ୍‌ ଦଖଲ ପରେ ଉଲ୍ଲସିତ ହୋଇ କିଛି ଇଙ୍ଗିତଭରା ଆଚରଣ କରିଥିଲେ। ଯାହାକି ଆଇପିଏଲ୍‌ ଆଚରଣ ସଂହିତାର ଲେବୁଲ୍‌-୧ ଧାରା ୨.୧.୪ ଉଲ୍ଲଂଘନ କରିଥିଲା। ମ୍ୟାଚ୍‌ ପରେ ସିଦ୍ଧାର୍ଥ ଏହାକୁ ସ୍ୱୀକାର କରିଥିଲେ। ମ୍ୟାଚ୍‌ ରେଫରି କିନ୍ତୁ ଚେତାବନୀ ଦେଇ ତାଙ୍କୁ ଛାଡ଼ି ଦେଇଛନ୍ତି। ମୁମ୍ବାଇ ବିପକ୍ଷରେ ସେ ତାଙ୍କ ୪ ଓଭରରେ ମାତ୍ର ୨୩ ରନ୍‌ ଦେଇ ୩ ଓ୍ଵିକେଟ୍‌ ନେଇଥିଲେ। ଚଳିତ ଋତୁରେ ସିଦ୍ଧାର୍ଥ ୬ ମ୍ୟାଚ୍‌ରୁ ୯ ଓ୍ଵିକେଟ୍‌ ନେଇ ଚମତ୍କାର ଲୟରେ ରହିଛନ୍ତି।

ସମ୍ବନ୍ଧିତ ଖବର