ସିଲି ପଏଣ୍ଟ୍‌:ପଦାରେ ପଡ଼ିଲା ପାଣ୍ଡ୍ୟାଙ୍କ ପ୍ରେମ

ମୁମ୍ବାଇ: ଭାରତୀୟ କ୍ରିକେଟ୍‌ ଦଳର ରସିକିଆ ଅଲରାଉଣ୍ଡର ହାର୍ଦିକ ପାଣ୍ଡ୍ୟା ଏବେ ବଲିଉଡ୍‌ ଅଭିନେତ୍ରୀ ଏଲି ଆବ୍ରାହାମଙ୍କ ପ୍ରେମରେ ପାଗଳ। ଚର୍ଚାକୁ ଡରି ଢେର କିଛି ଦିନ ଲୁଚିଛପି ଦେଖା ସାକ୍ଷାତ କରୁଥିଲେ ଏଲି ଓ ପାଣ୍ଡ୍ୟା। ଏବେ କିନ୍ତୁ ଉଭୟ ନିଜ ସଂପର୍କକୁ ସମସ୍ତଙ୍କୁ ଜଣାଇବାକୁ ବ୍ୟଗ୍ର। ସେଥିପାଇଁ ଉଭୟଙ୍କୁ ନିୟମିତ କେତେକ ରେଷ୍ଟୁରାଣ୍ଟରେ ଏକାଠି ରାତ୍ର ଭୋଜନ କରୁଥିବାର ଦେଖିବାକୁ ମିଳୁଛି। ବଡ଼ ଭାଇ କ୍ରୁନାଲଙ୍କ ବାହାଘରରେ ହାର୍ଦିକ-ଏଲି ଆଦୌ ଛଡ଼ା ଛଡ଼ି ହୋଇ ନଥିଲେ। ଏପରିକି ନିକଟରେ ପାଣ୍ଡ୍ୟା ମୁମ୍ବାଇରୁ ବରୋଦା ଯାଉଥିଲା ବେଳେ ଏଲି ତାଙ୍କୁ ଛାଡ଼ିବା ଲାଗି ବିମାନ ବନ୍ଦର ପର୍ଯ୍ୟନ୍ତ ଆସିଥିଲେ। ପାଣ୍ଡ୍ୟାଙ୍କ ସହ କାର୍‌ରେ ବସିଥିଲା ବେଳେ ସେଠାରେ ଉପସ୍ଥିତ ଥିବା ଗଣମାଧ୍ୟମ ପ୍ରତିନିଧିଙ୍କ କ୍ୟାମେରା ଫ୍ରେମରେ ଉଭୟ ଧରା ପଡ଼ି ଯାଇଥିଲେ। ଏଲି ସ୍ୱିଡେନର ବାସିନ୍ଦା ହୋଇଥିଲା ବେଳେ ମୁମ୍ବାଇରେ ରହି ନିଜକୁ ଜଣେ ସଫଳ ବଲିଉଡ ନାୟିକା ଭାବେ ଗଢ଼ି ତୋଳିବାକୁୁ ଚେଷ୍ଟା ଚଳାଇଛନ୍ତି।

ସମ୍ବନ୍ଧିତ ଖବର