ସିଲି ପଏଣ୍ଟ୍‌: ଗର୍ଭବତୀ ସାନିଆଙ୍କ ପ୍ରଥମ ଦେଖା

ହାଇଦ୍ରାବାଦ: ଭାରତୀୟ ଟେନିସ୍‌ ରାଣୀ ସାନିଆ ମିର୍ଜା ଗର୍ଭବତୀ ହେବା ପରେ ଶୁକ୍ରବାର ପ୍ରଥମ ଥର ଲାଗି ବାହାରେ ଦେଖିବାକୁ ମିଳିଥିଲେ। ହାଇଦ୍ରାବାଦରେ ଥିବା ସାନିଆ ମିର୍ଜା ଟେନିସ୍‌ ଏକାଡେମିରେ ଚାଲିଥିବା ସର୍ବଭାରତୀୟ ମାନ୍ୟତା ଟେନିସ୍‌ ପ୍ରତିଯୋଗିତାର ଉଦ୍‌ଯାପନୀ ଉତ୍ସବରେ ତାଙ୍କୁ ଦେଖିବାକୁ ମିଳିଥିଲା। ସେ ଅତିଥି ଭାବେ ଯୋଗଦେଇ କୃତୀ ପ୍ରତିଯୋଗୀଙ୍କୁ ପୁରସ୍କାର ବଣ୍ଟନ କରିଥିଲେ। ଏହା ପରେ ସେ ବିଜେତାମାନଙ୍କ ସହ ଫଟୋ ଉଠାଇଥିଲେ। ସୂଚନଯୋଗ୍ୟ, ସାନିଆ ସୋମବାର ଗର୍ଭବତୀ ଥିବା ନେଇ ଇନ୍‌ଷ୍ଟାଗ୍ରାମ୍‌ରେ ପ୍ରକାଶ କରିଥିଲେ।

ସମ୍ବନ୍ଧିତ ଖବର