ସିଲି ପଏଣ୍ଟ୍‌: କାର୍ତିକଙ୍କୁ ଶାହାରୁଖଙ୍କ ସ୍ୱତନ୍ତ୍ର ବାର୍ତା

କୋଲକାତା: ଚଳିତ ଆଇପିଏଲ୍‌ରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର)ର ପ୍ରଦର୍ଶନ ନେଇ ଏହି ଦଳର ମାଲିକ ତଥା ବଲିଉଡ୍‌ ଅଭିନେତା ଶହାରୁଖ ଖାନ୍‌ ବେଶ୍‌ ଖୁସି ଅଛନ୍ତି। ବିଶେଷ କରି କେକେଆର ଶନିବାର କିଙ୍ଗ୍ସ ଏକାଦଶ ପଞ୍ଜାବ ବିପକ୍ଷରେ ଏକତରଫା ବିଜୟ ହାସଲ କରିବା ଶାହାରୁଖଙ୍କୁ ଅଧିକ ଆନନ୍ଦିତ କରିଛି। ଅଧିନାୟକ ଦୀନେଶ କାର୍ତିକଙ୍କ ପାଖକୁ ଟ୍ଵିଟରରେ ସ୍ୱତନ୍ତ୍ର ବାର୍ତା ସେ ନିଜ ଭାବନାକୁ ପ୍ରକାଶ କରିଛନ୍ତି। ମୁମ୍ବାଇ ଇଣ୍ଡିଆନ୍ସଠାରୁ ଇଡେନ୍‌ ଗାର୍ଡେନରେ ପରାଜିତ ହେବା ପରେ ବିଚଳିତ ନ ହୋଇ ହସିବାକୁ କାର୍ତିକ ତାଙ୍କୁ ଅନୁରୋଧ କରିଥିଲେ। ପଞ୍ଜାବ ବିପକ୍ଷ ବିଜୟ ପରେ ଶାହାରୁଖ ନିଜର ଏକ ହସୁଥିବା ଫଟୋ କାର୍ତିକଙ୍କ ପାଖକୁ ପଠାଇଥିଲେ।
ମଦିନାରେ ସୋଏବ-ସାନିଆ
ନୂଆଦିଲ୍ଲୀ, ୧୪|୫: ପ୍ରଥମ ସନ୍ତାନର ପ୍ରସବ ପୂର୍ବରୁ ତୀର୍ଥଯାତ୍ରାରେ ଯାଇଥିବା ଭାରତୀୟ ଟେନିସ୍‌ ତାରକା ସାନିଆ ମିର୍ଜାଙ୍କୁ ପତି ସୋଏବ ମଲ୍ଲିକଙ୍କ ସାଥ୍‌ ମିଳିଛି। ପାକିସ୍ତାନ କ୍ରିକେଟ୍‌ ଦଳର ପୂର୍ବତନ ଅଧିନାୟକ ସୋଏବ ମୁସଲମାନଙ୍କ ପବିତ୍ର ଧର୍ମପୀଠ ମଦିନାରେ ସାନିଆଙ୍କ ସହ ଯୋଗ ଦେଇଛନ୍ତି। ଉଭୟ ମଦିନାର ବିଭିନ୍ନ ଧାର୍ମିକ ସ୍ଥାନ ବୁଲୁଥିବା ଦେଖିବାକୁ ମିଳିଛି। ସାନିଆ ପ୍ରଥମେ ପିତା ଇମ୍ରାନ, ମା’ ନସିମା ଏବଂ ଭଉଣୀ ଆନମଙ୍କ ସହ ମଦିନାର ବିଭିନ୍ନ ପବିତ୍ର ସ୍ଥଳ ବୁଲିଥିଲେ। ଏହା ପରେ ସୋଏବଙ୍କ ସହ ପୁନର୍ବାର ଏସବୁ ସ୍ଥାନ ବୁଲି ଆଲ୍ଲାଙ୍କ ଆଶୀର୍ବାଦ ଭିକ୍ଷା କରିଥିଲେ। ୩୧ ବର୍ଷୀୟ ସାନିଆ ଏବଂ ୩୬ ବର୍ଷୀୟ ସୋଏବ ଆସନ୍ତା ଅକ୍ଟୋବରରେ ମାତା-ପିତା ହେବେ ବୋଲି ଡାକ୍ତରମାନେ ଆକଳନ କରିଛନ୍ତି।

ସମ୍ବନ୍ଧିତ ଖବର