ସିଲି ପଏଣ୍ଟ୍‌ : ରାଜନୀତି କରିବେ ଓ୍ଵାର୍ନର

ଜିତିବା ପରେ ଜୀବନ ଗଲା oo ପ୍ରଶଂସକଙ୍କୁ ବୋଲ୍ଟଙ୍କ ଗୁଗ୍‌ଲି

ସିଡନି: ଅଷ୍ଟ୍ରେଲିଆର ବିସ୍ଫୋରକ ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍‌ ଡେଭିଡ୍‌ ଓ୍ଵାର୍ନର ରାଜନୀତି କରିବେ। ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ଏହା ପୂରା ସତ। ତେବେ ସେ ଏବେ ନୁହେଁ କ୍ରିକେଟ୍‌ରୁ ଅବସର ନେବା ପରେ ଯାଇ ରାଜନୀତି ମଇଦାନକୁ ଓହ୍ଲାଇବେ। ନିଜେ ଓ୍ଵାର୍ନର ମଙ୍ଗଳବାର ଦେଇଥିବା ଏକ ସାକ୍ଷାତକାରରେ ଏହା କହିଛନ୍ତି। ଓ୍ଵାର୍ନରଙ୍କର ପିଲାବେଳୁ ରାଜନୀତିରେ ରୁଚି ଥିଲା। ସେଥିପାଇଁ ଅନ୍ୟ ଅଷ୍ଟ୍ରେଲିଆ କ୍ରିକେଟରଙ୍କ ତୁଳନାରେ ତାଙ୍କୁ ଅଧିକ ସମୟ ଅଷ୍ଟ୍ରେଲିଆର ରାଜନୀତି ବିଷୟରେ ମନ୍ତବ୍ୟ ଦେଉଥିବା ଦେଖିବାକୁ ମିଳେ। ଗତବର୍ଷ ଓ୍ଵାର୍ନର ମଧ୍ୟ କ୍ରିକେଟ୍‌ ଅଷ୍ଟ୍ରେଲିଆ ଏବଂ ଅଷ୍ଟ୍ରେଲୀୟ ଖେଳାଳି ସଂଘ ମଧରେ ସୃଷ୍ଟି ହୋଇଥିବା ପାଉଣା ବିବାଦକୁ ସମାଧାନ କରିବାରେ ନିର୍ଣ୍ଣାୟକ ଭୂମିକା ନେଇଥିଲେ। ଲୋକଙ୍କ ସହ ସେ ମଧ୍ୟ ସହଜରେ ମିଶି ପାରନ୍ତି। ସେଥିପାଇଁ କ୍ରିକେଟ୍‌ ପରେ ରାଜନୀତିକୁ ଏକ ବିକଳ୍ପ ପେସା ଭାବେ ଗ୍ରହଣ କରିବାକୁ ଚିନ୍ତା କରୁଥିବା ଓ୍ଵାର୍ନର ସଂକେତ ଦେଇଛନ୍ତି।
ooooooooooooooooooooo
ଲଣ୍ଡନ: ଗତ ଶନିବାର ଲଢ଼ିଥିବା ଏକ ଲାଇଟ୍‌ ହେଭିେଓ୍ଵଟ୍‌ ମୁଷ୍ଟିଯୁଦ୍ଧ ଲଢ଼େଇରେ ବ୍ରିଟିସ୍‌ ମୁଷ୍ଟିଯୋଦ୍ଧା ସ୍କଟ୍‌  ଓ୍ଵଷ୍ଟଗ୍ରାଥ ଜବରଦସ୍ତ ବିଜୟ ହାସଲ କଲେ। ନିଜ ଶକ୍ତିଶାଳୀ ମୁଥରେ ପ୍ରତିପକ୍ଷ ମୁଷ୍ଟିଯୋଦ୍ଧାଙ୍କୁ ମାତ୍ର କିଛି ସମୟ ମଧ୍ୟରେ ଧରାଶାୟୀ କରିଦେଲେ। ହେଲେ ଦୁର୍ଭାଗ୍ୟଜନକ ଭାବେ ବିଜୟ ଉତ୍ସବ ପାଳିବା ଲାଗି ଜୀବୀତ ରହିଲେନି। ଲଢ଼େଇ ଜିତିବାର ମାତ୍ର କିଛି ମିନିଟ୍‌ ପରେ ହିଁ ତାଙ୍କ ପ୍ରାରବାୟୁ ଉଡ଼ିଗଲା। ଏହି ଦୁଃଖଦ ଓ ହୃଦୟ ବିଦାରକ ଘଟଣା ଏବେ ବ୍ରିଟେନ୍‌ କ୍ରୀଡ଼ା ଜଗତରେ ଶୋକର ଛାୟା ଖେଳାଇ ଦେଇଛି। ଇଂଲଣ୍ଡର ଡନକାଷ୍ଟରଠାରେ ଆୟୋଜିତ ହେଉଥିବା ମୁଷ୍ଟିଯୁଦ୍ଧ ପ୍ରତିଯୋଗିତାର କ୍ୱାର୍ଟର ଫାଇନାଲରେ ୩୧ ବର୍ଷୀୟ େଓ୍ଵଷ୍ଟଗ୍ରାଥ ଡେକ୍‌ ସ୍ପେଲମ୍ୟାନ୍‌ ନାମକ ଜଣେ ମୁଷ୍ଟିଯୋଦ୍ଧାଙ୍କ ସହ ମୁହାଁ ମୁହିଁ ହୋଇଥିଲେ। ଏଥିରେ ସେ ସ୍ପେଲମ୍ୟାନଙ୍କୁ ସହଜରେ ହରାଇ ଦେଇଥଇଲେ। ତେବେ ଲଢ଼େଇ ପରେ ଦେଇଥିବା ସାକ୍ଷାତକାର ବେଳେ ହଠାତ୍‌ ପେଟ ଓ ଛାତିର ଯନ୍ତ୍ରଣା ଅନୁଭବ କରି ଅସୁସ୍ଥ ହୋଇ ପଡ଼ିଥିଲେ। ତୁରନ୍ତ ତାଙ୍କୁ ଏକ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ହେଲେ ଚିକିତ୍ସାଧୀନ ଅବସ୍ଥାରେ ହିଁ ତାଙ୍କର ମୃତ୍ୟୁ ହୋଇ ଯାଇଥିଲା।
oooooooooooooooooo
ଜାମାଇକା: ଜାମାଇକାର ମହାନ ଧାବକ ଉସେନ ବୋଲ୍ଟ ନିଜ ଖୁସ୍‌ ମିଜାଜ ଓ ବେପରୁଆ ଜୀବନ ଶୈଳୀ ପାଇଁ ପରିଚିତ। ସାଥୀ ଧାବକଙ୍କ ସହ ନିୟମିତ ଥଟା ମଜ୍ଜା କରିବା ଏବଂ ପ୍ରଶଂସକଙ୍କ ସହ ହୃଦୟ ଖୋଲି ମିଶିବା ତାଙ୍କର ପୁରୁଣା ଅଭ୍ୟାସ। ତେବେ ରବିବାର ସେହି ବୋଲ୍ଟ ନିଜ ପ୍ରଶଂସକଙ୍କୁ ଗୁଗ୍‌ଲି ପକାଇ ଚକିତ କରି ଦେଇଥିଲେ। ଦୌଡ଼କୁଦରୁ ଅବସର ନେଇ ସାରିଥିବାରୁ ଫୁଟ୍‌ବଲ୍‌କୁ ପେସା କରିବାକୁ ଯାଉଥିବା ସେ ରବିବାର ନିଜ ଟ୍ଵିଟର ପୃଷ୍ଠାରେ ପ୍ରକାଶ କରିଥିବା ଭିଡିଓ ବାର୍ତାରେ କହିଥିଲେ। ଏପରିକି ଖୁବଶୀଘ୍ର ଏକ ପ୍ରତିଷ୍ଠିତ ଫୁଟ୍‌ବଲ୍‌ କ୍ଲବ୍‌ରେ ଯୋଗ ଦେଉଥିବା ସଂପୃକ୍ତ ଭିଡିଓରେ ବୋଲ୍ଟ ଘୋଷଣା କରୁଥିବା ଦେଖିବାକୁ ମିଳିଥିଲା। ହେଲେ ମଙ୍ଗଳବାର ତାଙ୍କର ଏହି ବଡ଼ ଘୋଷଣା ଯେ ପ୍ରଶଂସକଙ୍କୁ ଚକ୍‌ମା ଦେବାକୁ ଥିଲା ତାହା ସ୍ପଷ୍ଟ ହୋଇ ଯାଇଥିଲା। ପ୍ରକୃତରେ ବୋଲ୍ଟ ୟୁନିସେଫ୍‌ ପାଇଁ ପାଣ୍ଠି ସଂଗ୍ରହ ଲାଗି ଓଲ୍ଡ ଟ୍ରାଫୋର୍ଡଠାରେ ଏକ ପ୍ରଦର୍ଶନୀ ଫୁଟ୍‌ବଲ୍‌ ମ୍ୟାଚ୍‌ ଖେଳିବେ। ଏହି ମ୍ୟାଚରେ ସେ ବିଶ୍ୱ ଏକାଦଶର ନେତୃତ୍ୱ ନେବେ। ୩୧ ବର୍ଷୀୟ ବୋଲ୍ଟଙ୍କ ଦଳ ଏହି ମ୍ୟାଚରେ ବ୍ରିଟିସ୍‌ ଗାୟକ ରବି ଓ୍ଵିଲିୟମ୍ସଙ୍କ ଦଳ ବିପକ୍ଷରେ ଖେଳିବ। ଏଥିରୁ ଯେଉଁ ଅର୍ଥ ରୋଜଗାର ହେବ ତାହା ସାରା ବିଶ୍ୱରେ ମିଳିତ ଜାତିସଂଘର ଶିଶୁ ବିକାଶ କାର୍ଯ୍ୟକ୍ରମରେ ବିନିଯୋଗ ହେବ।

ସମ୍ବନ୍ଧିତ ଖବର