ସିଲି ପଏଣ୍ଟ୍‌:ସାଇନାଙ୍କ ଟ୍ଵିଟ୍‌ ପରେ ହରବୀରଙ୍କୁ ମିଳିଲା ଅନୁମତି

ଗୋଲ୍‌ଡକୋଷ୍ଟ: ଭାରତୀୟ ବ୍ୟାଡ୍‌ମିଣ୍ଟନ୍‌ ତାରକା ସାଇନା ନେହଓ୍ଵାଲ୍‌ଙ୍କ ଟ୍ଵିଟ୍‌ ପରେ ତାଙ୍କ ବାପାଙ୍କୁ ରାଜ୍ୟଗୋଷ୍ଠୀ କ୍ରୀଡ଼ା ଗ୍ରାମରେ ପ୍ରବେଶ କରିବାର ଅନୁମତି ମିଳିଛି। ପୂର୍ବରୁ କ୍ରୀଡ଼ା ମନ୍ତ୍ରାଳୟ ସାଇନା ଏବଂ ପିଭି ସିନ୍ଧୁଙ୍କ ଅବିଭାବକଙ୍କୁ ବିନାଖର୍ଚ୍ଚରେ ଗୋଲ୍ଡକୋଷ୍ଟ୍‍ ପଠାଇବାକୁ କହିଥିଲା। କିନ୍ତୁ ଉଭୟଙ୍କ ନାମ ଭାରତୀୟ ଅଧିକାରୀଙ୍କ ତାଲିକାରେ ନଥିଲା ଫଳରେ ସୋମବାର ଏମାନଙ୍କୁ କ୍ରୀଡ଼ା ଗ୍ରାମରେ ପ୍ରବେଶ କରିବାକୁ ଅନୁମତି ମିଳିନଥିଲା। ତେବେ ବାପାଙ୍କ ନାମ ଏହି ତାଲିକାରୁ ବାଦ୍‌ ଦିଆଯାଇଥିବା ନେଇ ସାଇନା ଟ୍ଵିଟ୍‌ କରିଥିଲେ। ବାପାଙ୍କ ଅନୁପସ୍ଥିତର ପ୍ରଭାବ ମୋ ଖେଳ ଉପରେ ପଡ଼ିବ ବୋଲି ଏହି ଟ୍ଵିଟ୍‌ରେ ଉଲ୍ଲେଖ କରିଥିଲେ। ଅଧିସ୍ୱୀକୃତି ଅସୁବିଧା ଯୋଗୁଁ ଏପରି ଅସୁବିଧା ହୋଇଥିଲା। ଏହି ସବୁ ଅସୁବିଧା ଦୂର ହୋଇଛି ଏବେ ଉଭୟଙ୍କ ଅବିଭାବକ କ୍ରୀଡ଼ା ଗ୍ରାମରେ ପ୍ରବେଶ କରିପାରିବେ ବୋଲି ମଙ୍ଗଳବାର ଭାରତୀୟ ଅଲିମ୍ପିକ୍ସ ସଂଘ ପକ୍ଷରୁ କୁହାଯାଇଛି।

ସମ୍ବନ୍ଧିତ ଖବର