ସିଲି ପଏଣ୍ଟ୍‌:ସାମିଙ୍କ ନାମରେ ବୟସ ଜାଲିଆତି ଅଭିଯୋଗ ଆଣିଲେ ପତ୍ନୀ

ନୂଆଦିଲ୍ଲୀ: କ୍ରିକେଟର୍‌ ମହମ୍ମଦ ସାମିଙ୍କ ନାମରେ ପୁଣି ଏକ ଅଭିଯୋଗ ଆଣିଛନ୍ତି ପତ୍ନୀ ହସିନ୍‌ ଜହାଁ। ଫେସ୍‌ବୁକ୍‌ ଜରିଆରେ ହସିନ୍‌ ଏହି ଅଭିଯୋଗ ଆଣିଥିଲେ ମଧ୍ୟ ପରେ ଏହାକୁ ହଟାଇ ଦେଇଛନ୍ତି। ସାମି ତାଙ୍କ ଅସଲ ଜନ୍ମ ପ୍ରମାଣପତ୍ରରେ ଜାଲିଆତି କରି ବିସିସିଆଇ, ସିଏବି (କ୍ରିକେଟ୍‌ ଆସୋସିଏସନ୍‌ ଅଫ୍‌ ବେଙ୍ଗଲ) ଏବଂ ସାଧାରଣ ଜନତାଙ୍କୁ ଠକିଛନ୍ତି ବୋଲି ହସିନ୍‌ ଦର୍ଶାଇଛନ୍ତି। ଫେସ୍‌ବୁକ୍‌ ପୋଷ୍ଟ୍‍ରେ ସାମିଙ୍କ ଡ୍ରାଇଭିଂ ଲାଇସେନ୍‌ସ ଫଟୋକପି ପକାଇ ହସିନ୍‌ ଏଭଳି ଦାବି କରିଛନ୍ତି। ଡ୍ରାଇଭିଂ ଲାଇସେନ୍‌ସରେ ସାମିଙ୍କ ଜନ୍ମ ମସିହା ୧୯୮୨ ଉଲ୍ଲେଖ ରହିଥିବା ବେଳେ ସାମି ଏହାକୁ ବିସିସିଆଇ ଏବଂ ସିଏବିକୁ ୧୯୯୦ ମସିହାର ପ୍ରମାଣପତ୍ର ଦେଇ ଖେଳି ଆସୁଛନ୍ତି। ଏହି କାରଣରୁ ବେଙ୍ଗଲର ଜଣେ ଖେଳାଳି ଅତୀତରେ ୨୨ ବର୍ଷରୁ କମ୍‌ ରାଜ୍ୟ ଦଳରେ ସ୍ଥାନ ପାଇବାରୁ ବଞ୍ଚିତ ହୋଇଥିଲେ। ସୂଚନାଯୋଗ୍ୟ, ମହମ୍ମଦ ସାମି ଏବଂ ହସିନ୍‌ ଜହାଁଙ୍କ ମଧ୍ୟରେ ବିବାଦ ବିଗତ ୨ ମାସ ହେବ ଚର୍ଚାରେ ରହିଛି। ସ୍ୱାମୀଙ୍କ ନାମରେ ହସିନ୍‌ ଘରୋଇ ହିଂସା ଓ ନିର୍ଯାତନା ଅଭିଯୋଗ ଆଣି ମାସିକ ୧୦ ଲକ୍ଷ ଟଙ୍କାର ଭରଣପୋଷଣ ଦାବି କରିଛନ୍ତି। ଏହା ପରେ ବିସିସିଆଇ ତାଙ୍କୁ ବାର୍ଷିକ ଚୁକ୍ତିରୁ ଦୂରେଇ ରଖିଥିଲେ ମଧ୍ୟ ସାମିଲ କରିଥିଲେ। ସାମି ଏବେ ଆଇପିଏଲରେ ଦିଲ୍ଲୀ ଡେୟାର ଡେଭିଲସ ପକ୍ଷରୁ ଖେଳୁଛନ୍ତି। ଏବେ ମଧ୍ୟ ହସିନ୍‌ଙ୍କ ଅଭିଯୋଗ ଅଦାଲତରେ ଗଡ଼ୁଛି।

ସମ୍ବନ୍ଧିତ ଖବର