ସିମେନ୍ୟା ଭାଙ୍ଗିଲେ ୧୫୦୦ ମିଟର କୀର୍ତ୍ତିମାନ

ଦକ୍ଷିଣ ଆଫ୍ରିକାର ଚର୍ଚିତ ଧାବିକା କାଷ୍ଟର ସିମେନ୍ୟା ଗୋଲ୍ଡକୋଷ୍ଟ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ନୂଆ କୀର୍ତ୍ତିମାନ ସ୍ଥାପନ କରିଛନ୍ତି। ମହିଳା ୧୫୦୦ ମିଟର ଦୌଡ଼ରେ ମଙ୍ଗଳବାର ସେ ନୂଆ ମିଟ୍‌ ରେକର୍ଡ କରି ନେଇଛନ୍ତି। ସିମେନ୍ୟା ଆଜି ମାତ୍ର ୪ ମିନିଟ୍‌ ୦.୭୧ ସେକେଣ୍ଡ ସମୟରେ ୧୫୦୦ ମିଟର ଶେଷ କରି ସ୍ୱର୍ଣ୍ଣ ପଦକ ଜିତିଥିଲେ। ତା’ ସହ ନିଜ ଦେଶର ଗୋଲା ବଡ୍ସ (୪ ମିନିଟ୍‌ ୧.୮୧ ସେକେଣ୍ଡ) ୧୯୮୪ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ନେଇଥିବା ସମୟକୁ ପଛରେ ପକାଇ ଦେଇଥିଲେ। ଏହି ବର୍ଗରେ ରୌପ୍ୟ ଓ କାଂସ୍ୟ କେନିଆର ବେଟ୍ରିସ୍‌ ଚେପକକ୍‌ (୪ ମିନିଟ୍‌ ୩.୦୯ ସେକେଣ୍ଡ) ଏବଂ େଓ୍ଵଲ୍ସର ମେଲିସା କର୍ଟନୀ (୪ ମିନିଟ୍‌ ୩.୪୪ ସେକେଣ୍ଡ)ଙ୍କୁ ଯାଇଥିଲା।

ସମ୍ବନ୍ଧିତ ଖବର