କରୋନା ପାଇଁ ୧୦ ଲକ୍ଷ ଦାନ କଲେ ସିନ୍ଧୁ

ହାଇଦ୍ରାବାଦ: ମହାମାରୀ କରୋନା ଭୂତାଣୁ ବିପକ୍ଷ ମହାଲଢ଼େଇ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୧ ଦିନ ଗୃହାବଦ୍ଧ ପାଇଁ ଦେଶବାସୀଙ୍କୁ ଆହ୍ବାନ ଦେଇଥିଲା ବେଳେ ବିଶ୍ବ ବିଜୟିନୀ ଭାରତୀୟ ମହିଳା ବ୍ୟାଡ୍‌ମିଣ୍ଟନ୍‌ ତାରକା ପିଭି ସିନ୍ଧୁ ଗୁରୁବାର ୧୦ ଲକ୍ଷ ଟଙ୍କା ଦାନ କରିଛନ୍ତି। ଉଭୟ ଆନ୍ଧ୍ରପ୍ରଦେଶ ଏବଂ ତେଲେଙ୍ଗାନାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ୫ ‌ଲକ୍ଷ ‌ଟଙ୍କା ଲେଖାଏ ଦେଇଛନ୍ତି। କରୋନା ମୁକାବିଲା ଲାଗି ମୁଁ ଉଭୟ ଆନ୍ଧ୍ରପ୍ରଦେଶ ଏବଂ ତେଲେଙ୍ଗାନା ରାଜ୍ୟର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ୫ ‌ଲକ୍ଷ ‌ଟଙ୍କା ଲେଖାଏ ପ୍ରଦାନ କରୁଛି ବୋଲି ଅଲିମ୍ପିକ୍ସ ରୌପ୍ୟ ବିଜୟିନୀ ସିନ୍ଧୁ ନିଜ ଟ୍ବିଟର୍‌ ପୃ‌ଷ୍ଠା‌ରେ ପ୍ରକାଶ କରିଛନ୍ତି। ଏଥିସହ ସେ ଲୋକଙ୍କୁ ‘ଘରେ ରୁହ, ସୁରକ୍ଷିତ ରୁହ’ର ବାର୍ତ୍ତା ମଧ୍ୟ ଦେଇଛନ୍ତି। ନିକଟରେ ଦକ୍ଷିଣ ଭାରତୀୟ ସୁପରଷ୍ଟାର ପବନ କଲ୍ୟାଣ ଆନ୍ଧ୍ରପ୍ରଦେଶ ଏବଂ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ୫୦ ‌ଲକ୍ଷ ‌ଟଙ୍କା ଲେଖାଏ ଏବଂ ପ୍ରଧାନମନ୍ତ୍ରୀ ରିଲିଫ ପାଣ୍ଠିକୁ କୋଟିଏ ଟଙ୍କା ପ୍ରଦାନ କରିଛନ୍ତି।

ସମ୍ବନ୍ଧିତ ଖବର