ସିନ୍ଧୁଙ୍କୁ ଐତିହାସିକ ରୌପ୍ୟ

ବ୍ୟାଡମିଣ୍ଟନରେ ଭାରତୀୟ ଲଳନା ପିଭି ସିନ୍ଧୁ ସ୍ୱର୍ଣ୍ଣ ପଦକ ଜିତିବା ସୁଯୋଗ ହାତଛଡ଼ା କରିଛନ୍ତି। ତେବେ ଏସୀୟ କ୍ରୀଡ଼ା ଏକକ ବ୍ୟାଡମିଣ୍ଟନ୍‌ରେ ରୌପ୍ୟ ପଦକ ଜିତିବାରେ ପ୍ରଥମ ଭାରତୀୟ ହୋଇଛନ୍ତି। ନିଜ ଜାଜ୍ଜୁଲ୍ୟମାନ ଖେଳ ଜୀବନରେ ସିନ୍ଧୁ ଆଉ ଏକ ଫର୍ଦ ଯୋଡ଼ିବା ସହ ଇତିହାସ ରଚିଛନ୍ତି। ସିନ୍ଧୁ ଓ ବିଶ୍ୱ ମାନ୍ୟତାର ପ୍ରଥମ ସ୍ଥାନରେ ଥିବା ଚାଇନିଜ୍‌ ତାଇପେର ତାଇ ଜୁ ଇଙ୍ଗଙ୍କ ମଧ୍ୟରେ ଫାଇନାଲ୍‌ ଅନୁଷ୍ଠିତ ହୋଇଥିଲା। ଏଥିରେ ଇଙ୍ଗ୍‌ ୨୧-୧୩, ୧୬-୨୧ରେ ବାଜି ମାରି ନେଇଥିଲେ। ମ୍ୟାଚ୍‌ ମାତ୍ର ୩୪ ମିନିଟ୍‌ ମଧ୍ୟରେ ଶେଷ ହୋଇ ଯାଇଥିଲା। ଗୋଲ୍ଡକୋଷ୍ଟ ରାଜ୍ୟଗୋଷ୍ଠୀ କ୍ରୀଡ଼ା, ବିଶ୍ୱ ଚାମ୍ପିଅନସିପ୍‌ ପରେ ସିନ୍ଧୁ ଚଳିତ ବର୍ଷ ତୃତୀୟ ଥର ପାଇଁ କୌଣସି ବଡ଼ ପ୍ରତିଯୋଗିତାର ଫାଇନାଲରେ ହାରିଥିଲେ।

ସମ୍ବନ୍ଧିତ ଖବର