ସିନ୍ଧୁ, ଶ୍ରୀକାନ୍ତ ପ୍ରିକ୍ବାର୍ଟରରେ

ମାଲେସିଆ ଓପନ୍‌ରୁ ସାଇନା, ପ୍ରଣୟ ବିଦା

କୁଆଲାଲୁମ୍ପୁର,: ଭାରତର ଶୀର୍ଷ ମାନ୍ୟତା ମହିଳା ବ୍ୟାଡ୍‌ମିଣ୍ଟନ୍‌ ତାରକା ପିଭି ସିନ୍ଧୁ ଏବଂ ପୁରୁଷ ତାରକା କିଦାମ୍ବି ଶ୍ରୀକାନ୍ତ ଏଠାରେ ଚାଲିଥିବା ମାଲେସିଆ ଓପନ୍‌ ୱାଲ୍ଡ ଟୁର୍‌ ସୁପର ୭୫୦ ପ୍ରତିଯୋଗିତାରେ ବିଜୟ ସହ ଅଗକୁ ବଢ଼ିଛନ୍ତି। ବୁଧବାର ପ୍ରଥମ ପର୍ଯ୍ୟାୟ ମୁକାବିଲାରେ ପଞ୍ଚମ ମାନ୍ୟତା ସିନ୍ଧୁ ୨୨-୨୦, ୨୧-୧୨ ସିଧାସଳଖ ଗେମ୍‌ରେ ବିଂଶ ମାନ୍ୟତା ଜାପାନର ଆୟା ଓହରିଙ୍କୁ ହରାଇ ପ୍ରି-କ୍ବାର୍ଟର୍‌ ଫାଇନାଲ୍‌ରେ ପ୍ରବେଶ କରିଥିଲେ। ସେହିଭଳି ପୁରୁଷ ଏକକରେ ଅଷ୍ଟମ ମାନ୍ୟତା ଶ୍ରୀକାନ୍ତ ୨୧-୧୮, ୨୧-୧୬ ସିଧାସଳଖ ଗେମ୍‌ରେ ଇଣ୍ଡୋନେସିଆର ଇହସାନ ମୌଲାନା ମୁସ୍ତାଫାଙ୍କୁ ପରାସ୍ତ କରି ପରବର୍ତୀ ପର୍ଯ୍ୟାୟରେ ପହଞ୍ଚିଥିଲେ। ପ୍ରି-କ୍ବାର୍ଟର୍ ଫାଇନାଲ୍‌ରେ ସିନ୍ଧୁ କୋରିଆର ସୁଙ୍ଗ୍‌ ଜି ହୁନ୍‌ଙ୍କୁ ଏବଂ ଶ୍ରୀକାନ୍ତ ଥାଇଲାଣ୍ଡର ଖୋସିତ ଫେଟପ୍ରଦାବଙ୍କୁ ଭେଟିବେ। ହେଲେ ପ୍ରବଳ ଲଢ଼େଇ କରିବା ସତ୍ତ୍ବେ ମହିଳା ଏକକରୁ ସାଇନା ନେହୱାଲ ଏବଂ ପୁରୁଷ ଏକକରୁ ଏଚ୍‌ଏସ୍‌ ପ୍ରଣୟ ବିଦାୟ ନେଇଛନ୍ତି। ସାଇନା ୨୨-୨୦, ୧୫-୨୧, ୧୦-୨୧‌ରେ ଥାଇଲାଣ୍ଡର ପର୍ନପାୱି ଚୋଚୁୱଙ୍ଗ୍‌ଙ୍କଠୁ ଏବଂ ପ୍ରଣୟ ୨୧-୧୨, ୧୬-୨୧, ୧୪-୨୧ରେ ଥାଇଲାଣ୍ଡର ସିଥିକମ୍‌ ଥାମାସିନ୍‌ଙ୍କଠୁ ହାରି ଯାଇଥିଲେ। ଭାରତୀୟ ପୁରୁଷ ଯୁଗଳ ଯୋଡ଼ି ମନୁ ଅତ୍ରି-ବି ସୁମିତ ରେଡ୍ଡୀ ୧୬-୨୧, ୬-୨୧ରେ ସପ୍ତମ ମାନ୍ୟତା ଚୀନର ହାନ୍‌ ଚେଙ୍ଗକାଇ-ଝୌ ହାଓଡୋଙ୍ଗଙ୍କଠୁ ପରାଜିତ ହୋଇ ପ୍ରଥମ ପର୍ଯ୍ୟାୟରୁ ବିଦାୟ ନେଇଥିଲେ।

ସମ୍ବନ୍ଧିତ ଖବର