ସିଙ୍ଗାପୁର ବ୍ୟାଡମିଣ୍ଟନ୍: ପ୍ରତ୍ୟୁଷ-ଧର୍ମା, ତନିଷା-ଶିଶିର ବିଜେତା

ଭୁବନେଶ୍ବର: ସିଙ୍ଗାପୁରରେ ରହୁଥିବା ପ୍ରବାସୀ ଓଡ଼ିଆଙ୍କୁ ନେଇ ‘ଓଡ଼ିଆମିଣ୍ଟନ୍’ ନାମରେ ଏକ ବ୍ୟାଡମିଣ୍ଟନ୍ ପ୍ରତିଯୋଗିତା ଆୟୋଜିତ ହୋଇ ଯାଇଛି। ୨୦ ପୁରୁଷ ଯୁଗଳ ଏବଂ ମିଶ୍ରିତ ଯୁଗଳ ଦଳକୁ ନେଇ ସେଠାକାର ସେଙ୍ଗକାଙ୍ଗ ବିଦ୍ୟାଳୟ ପରିସରରେ ଏହି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ କୁନି କୁନି ପିଲାଙ୍କ ମଧ୍ୟରେ ବନ୍ଧୁତ୍ବପୂର୍ଣ୍ଣ ମ୍ୟାଚ୍ ମଧ୍ୟ ଖେଳା ଯାଇଥିଲା। କ୍ରୀଡ଼ାକୁ ଶାରିରୀକ ସୁସ୍ଥତା, ଅବସାଦ ଓ ଚିନ୍ତା ଦୂର କରିବା କାରଣ ଭାବେ ଗ୍ରହଣ କରିବାର ବାର୍ତା ନେଇ ଏହି ପ୍ରତିଯୋଗିତା ଆୟୋଜିତ ହୋଇଥିଲା। ଏହାର ପୁରୁଷ ଯୁଗଳରେ ପ୍ରତ୍ୟୁଷ-ଧର୍ମା ଯୋଡ଼ି ବିଜେତା ହୋଇଥିଲା ବେଳେ ରଂଜନ-ସମିତ ଉପବିଜେତା ହୋଇଥିଲେ। ମିଶ୍ରିତ ଯୁଗଳରେ ତନିଷା-ଶିଶିର ବିଜେତା ଏବଂ ସ୍ବାଗତିକା-ପ୍ରତ୍ୟୁଷ ଟ୍ରଫି ଜିତିଥିଲେ। ସୁବ୍ରତ ଓ ଧର୍ମା ପ୍ରତିଯୋଗିତାର ଆୟୋଜକ ଥିଲା ବେଳେ ଧରଣୀ ଓ ଶିବିର ପ୍ରାୟୋଜକ ଥିଲେ।

ସମ୍ବନ୍ଧିତ ଖବର