ସିଙ୍ଗାପୁର: ବୁଧବାରଠୁ ଆରମ୍ଭ ହୋଇଥିବା ସିଙ୍ଗାପୁର ଓପନ୍ରେ ଭାରତୀୟ ବ୍ୟାଡ୍ମିଣ୍ଟନ୍ ତାରକା ପିଭି ସିନ୍ଧୁ, ସାଇନା ନେହୱାଲ୍ଙ୍କ ସମତେ କିଦାମ୍ବି ଶ୍ରୀକାନ୍ତ, ପରୁପଲ୍ଲୀ କାଶ୍ୟପ, ଏଚ୍ଏସ୍ ପ୍ରଣୟ ଏବଂ ସୌରଭ ବର୍ମା ନିଜ ନିଜ ବିଜୟ ସହ ଆଗକୁ ବଢ଼ିଛନ୍ତି। ମହିଳା ଏକକ ମୁକାବିଲାରେ ଚତୁର୍ଥ ମାନ୍ୟତା ସିନ୍ଧୁ ୨୧-୯, ୨୧-୭ରେ ଇଣ୍ଡୋନେସିଆର ଲାନ୍ୟା ଆଲିସାନ୍ଦ୍ରା ମାଇନାକିଙ୍କୁ ଏବଂ ଷଷ୍ଠ ମାନ୍ୟତା ସାଇନା ୨୧-୧୬, ୨୧-୧୧ରେ ଇଣ୍ଡୋନେସିଆର ୟୁଲିଆ ୟୋସେଫିନ ସୁସାଣ୍ଟୋଙ୍କୁ ପରାସ୍ତ କରିଥିଲେ। ପୁରୁଷ ଏକକରେ ଷଷ୍ଠ ମାନ୍ୟତା ଶ୍ରୀକାନ୍ତ ୨୧-୧୭, ୨୧-୧୮ରେ ଥାଇଲାଣ୍ଡର ସିଥିକୋମ ଥାମାସିନଙ୍କୁ, କାଶ୍ୟପ ୨୧-୯, ୨୧-୧୪ରେ ଡେନ୍ମାର୍କର ରାସମୁସ ଜେମ୍କେଙ୍କୁ, ପ୍ରଣୟ ୧୧-୨୧, ୨୧-୧୬, ୨୧-୧୮ରେ ଫ୍ରାନ୍ସର ବ୍ରାଇସ୍ ଲିଭରଡେଜ୍ଙ୍କୁ ଏବଂ ସୌରଭ ୨୧-୧୪, ୨୧-୬ ଥାଇଲାଣ୍ଡର ସୁପାନ୍ୟୁ ଅଭିଙ୍ଗସାନନ୍ଙ୍କୁ ହରାଇଥିଲେ। ସେହପରି ଭାରତୀୟ ମିଶ୍ରିତ ଯୁଗଳ ଯୋଡ଼ି ପ୍ରଣବ ଜେରି ଚୋପ୍ରା ଓ ଏନ୍ ସିକ୍କି ରେଡ୍ଡୀ ୨୧-୧୮, ୨୧-୭ରେ ନିଜ ଦେଶର ଏମ୍ଆର୍ ଅର୍ଜୁନ ଓ କେ ମନିଷାକୁ ମାତ୍ ଦେଇ ଦ୍ବିତୀୟ ପର୍ଯ୍ୟାୟରେ ପହଞ୍ଚିଥିଲେ। ତେବେ ଅନ୍ୟ ଭାରତୀୟ ମିଶ୍ରିତ ଯୋଡ଼ି ସୌରଭ ଶର୍ମା ଓ ଅନୁସ୍କା ପାରିଖ ୧୨-୨୧, ୧୨-୨୧ରେ ଥାଇଲାଣ୍ଡର ଦେଚାପଲ ପୁଆଭାରନୁକ୍ରୋ ଓ ସାପଶିରୀ ତାଇରାତାନ୍ଚାଇଙ୍କଠୁ ଏବଂ ଭେଙ୍କଟ ଗୌରବ ପ୍ରସାଦ-ଜୁହି ଦେୱାନ୍ଗନ୍ ୧୨-୨୧, ୧୫-୨୧ରେ ଚାଇନିଜ୍ ତାଇପେର ଲୁ ଚିଙ୍ଗ ୟାଓ-ଲି ଚିଆ ସିନ୍ଙ୍କଠୁ ହାରି ପ୍ରତିଯୋଗିତାରୁ ବିଦାୟ ନେଇଥିଲେ। ସେହିପରି ପୁରୁଷ ଯୋଡ଼ି ମନୁ ଅତ୍ରି-ବି ସୁମିତ ରେଡ୍ଡୀ ୧୩-୨୧, ୧୭-୨୧ରେ ସିଙ୍ଗାପୁରର ଡାନି ବାୱା କ୍ରିଷ୍ଣାନ୍ତା-କିଅନ୍ ହିନ୍ ଲୋ’ଙ୍କଠୁ, ମହିଳା ଏକକରେ ମୁଗ୍ଧା ଆଗ୍ରେ ୬-୨୧, ୮-୨୧ରେ ଥାଇଲାଣ୍ଡର ପର୍ନପାୱି ଚୋଚୁୱଙ୍ଗଙ୍କଠୁ ଏବଂ ପୁରୁଷ ଏକକରେ ବି ସାଇ ପ୍ରଣିତ ୨୧-୧୯, ୧୪-୨୧, ୨୦-୨୨ରେ ଶୀର୍ଷ ମାନ୍ୟତା ଜାପାନର କେଣ୍ଟୋ ମୋମୋତାଙ୍କଠୁ ପରାଜିତ ହୋଇ ଆଗକୁ ବଢ଼ି ପାରିନଥିଲେ।
ସିଙ୍ଗାପୁର ଓପନ୍:ସାଇନା, ସିନ୍ଧୁ ଆଗେଇଲେ
/sambad/media/post_attachments/wp-content/uploads/2019/04/saina-Sindhu.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)