ଆଇସ୍‌ଲାଣ୍ଡ୍‌ର କୀର୍ତିମାନ:ସ୍ୱଳ୍ପ ଲୋକସଂଖ୍ୟା ବିଶିଷ୍ଟ ଦେଶ ଭାବେ ଫିଫା ବିଶ୍ୱକପ୍‌ ଯୋଗ୍ୟତା

ଇଜିପ୍ଟ, ସର୍ବିଆକୁ ବି ରୁଷିଆ ଟିକେଟ

ଆଇସ୍‌ଲାଣ୍ଡ୍‌ ସାଙ୍ଗକୁ ଇଜିପ୍ଟ ଓ ସର୍ବିଆ ମଧ୍ୟ ଯୋଗ୍ୟତା ପର୍ଯ୍ୟାୟରେ ନିଜ ନିଜ ଗ୍ରୁପ୍‌ରେ ଶୀର୍ଷ ସ୍ଥାନ ଦଖଲ କରି ୨୦୧୮ ରୁଷିଆ ବିଶ୍ୱକପ୍‌କୁ ଟିକେଟ ହାତେଇ ନେଇଛନ୍ତି। ସୋମବାର ଗ୍ରୁପ୍‌-ଇର ଏକ ମୁକାବିଲାରେ ଇଜିପ୍ଟ ୨-୧ ଗୋଲ୍‌ରେ କଙ୍ଗୋକୁ ପରାସ୍ତ କରି ୨୮ ବର୍ଷ ପରେ ପ୍ରଥମ ଥର ପାଇଁ ବିଶ୍ୱକପ୍‌ ଯୋଗ୍ୟତା ହାସଲ କରିଛି। ଇଜିପ୍ଟ ପକ୍ଷରୁ ମହମ୍ମଦ ସାଲା (୬୩, ୯୫ ମିନିଟ୍‌) ଦୁଇଟି ଗୋଲ୍‌ ଦେଇଥିଲା ବେଳେ କଙ୍ଗୋ ପକ୍ଷରୁ ବୌକା ମୌତୋଉ (୮୮ ମିନିଟ୍‌) ଗୋଟିଏ ଗୋଲ୍‌ ଦେଇ ଥିଲେ। ଏହା ପୂର୍ବରୁ ଇଜିପ୍ଟ ପ୍ରଥମ ଥର ଲାଗି ୧୯୯୦ ଇଟାଲି ବିଶ୍ୱକପ୍‌କୁ ଯୋଗ୍ୟତା ହାସଲ କରିଥିଲା। ସେହପରି ସର୍ବିଆ ୧-୦ ଗୋଲ୍‌ରେ ଜର୍ଜିଆକୁ ହରାଇ ଏହି ଯୋଗ୍ୟତା ଅର୍ଜନ କରିଥିଲା। ୟୁରୋପୀୟ ଗ୍ରୁପ୍‌-ଡି’ର ଏହି ମ୍ୟାଚ୍‌ରେ ସର୍ବିଆ ପକ୍ଷରୁ ଆଲେକ୍‌ଜାଣ୍ଡର ପ୍ରିଜୋଭିକ୍‌ ଗୋଲ୍‌ଟି ଦେଇଥିଲେ। ଏହି ଗ୍ରୁପ୍‌ରେ ସର୍ବିଆ ୧୦ ମ୍ୟାଚ୍‌ରୁ ୨୧ ପଏଣ୍ଟ୍‌ ହାସଲ କରି ପ୍ରଥମ ସ୍ଥାନରେ ରହିଥିଲା ବେଳେ ଆୟର୍ଲାଣ୍ଡ ୧-୦ ଗୋଲ୍‌ରେ ଓ୍ଵାଲେସ୍‌କୁ ହରାଇ ଦ୍ୱିତୀୟରେ ରହିଛି।

ସମ୍ବନ୍ଧିତ ଖବର