ସ୍ମିଥ୍ କେବଳ ପ୍ରଥମ ବଲ୍ ଟ୍ୟାମ୍ପରିଂ ସହିତ ସଂପୃକ୍ତ ବ୍ୟକ୍ତି ନୁହଁନ୍ତି, ତାଙ୍କୁ ଦେଖିଲେ ଦୁଃଖ ଲାଗୁଛି: ଯୁବରାଜ ସିଂ
ନୂଆଦିଲ୍ଲୀ: ବଲ୍ ଟ୍ୟାମ୍ପରିଂ ଘଟଣାରେ ସ୍ମିଥ୍ ଦଣ୍ଡିତ ହେବା ଘଟଣାରେ ଭାରତୀୟ କ୍ରିକେଟର ଯୁବରାଜ ସିଂ ନିଜର ମୁହଁ ଖୋଲିଛନ୍ତି। ସେ କହିଛନ୍ତି, ଆଗରୁ ଅନେକ ଖେଳାଳି ଅଛନ୍ତି ଯେଉଁମାନେ ଏପରି ନିନ୍ଦନୀୟ କାମ କରିଛନ୍ତି। ତେଣୁ ତାଙ୍କୁ ଏପରି କଠୋର ଦଣ୍ଡବିଧି ଲାଗୁ କରିବା ଉଚିତ ନୁହେଁ। ସେ(ସ୍ମିଥ) ନିଜର ଦୋଷ ସ୍ୱୀକାର କରିଛନ୍ତି। ତେଣୁ ତାଙ୍କୁ ଚାହିଁବାରୁ ଖୁବ୍ ଦୁଃଖ ଲାଗୁଛି। କିନ୍ତୁ ସେ ଜଣେ ପ୍ରତିଭା ସଂପନ୍ନ ଖେଳାଳି ବୋଲି ଭୁଲି ଯିବା ଉଚିତ୍ ନୁହେଁ। ସେ ନିଜ ଦେଶପାଇଁ ଅନେକ କିଛି ଅବଦାନ ଦେଇଛନ୍ତି। ‘ସେ ଜଣେ ଭଲ ବ୍ୟାଟ୍ସମ୍ୟାନ ବୋଲି ଯୁବରାଜ କହିଛନ୍ତି।