କାନାଡା ଟେ୍ଵଣ୍ଟି-୨୦ ଲିଗ୍‌ରେ ଖେଳିବେ ସ୍ମିଥ୍‌

ଟରଣ୍ଟୋ: ଦକ୍ଷିଣ ଆଫ୍ରିକା ଗସ୍ତ ବେଳେ ବଲ୍‌ ବିକୃତ ମାମଲାରେ ଛନ୍ଦି ହୋଇ ନିଲମ୍ବିତ ହୋଇଥିବା ଅଷ୍ଟ୍ରେଲିଆ ଦଳର ପୂର୍ବତନ ଅଧିନାୟକ ଷ୍ଟିଭେନ୍‌ ସ୍ମିଥ୍‌ କାନାଡା ଟେ୍ଵଣ୍ଟି-୨୦ ଲିଗ୍‌ରେ ଖେଳିବେ। ଜୁନ୍‌ ଶେଷ ସପ୍ତାହରେ ଏଠାରେ ଆୟୋଜିତ ଲିଗ୍‌ରେ ସ୍ମିଥ୍‌ଙ୍କୁ ୧୦ ପ୍ରମୁଖ ଖେଳାଳିଙ୍କ ମଧ୍ୟରେ ଅନ୍ୟତମ ଭାବେ ମନୋନୀତ କରାଯାଇଛି। ସ୍ମିଥ୍‌ ଗୋଟିଏ ଫ୍ରାଞ୍ଚାଇଜ୍‌ର ନେତୃତ୍ୱ ନେବେ। ଯାହାକି କେପ୍‌ ଟାଉନ୍‌ ବଲ୍‌ ବିକୃତ ବିବାଦ ପରେ ସ୍ମିଥ୍‌ଙ୍କର ହେବ ପ୍ରଥମ ପ୍ରତିଯୋଗିତା। ଏହା ପୂର୍ବରୁ ଅନ୍ୟ ଦୁଇ ନିଲମ୍ବିତ ଖେଳାଳି କାମେରୁନ୍‌ ବାନ୍‌କ୍ରଫ୍ଟ ଓ ଡେଭିଡ୍‌ ଓ୍ଵର୍ନର ଲିଗ୍‌ କ୍ରିକେଟ୍‌ ଖେଳିବାକୁ ଅନୁମତି ପାଇସାରିଛନ୍ତି। କାନାଡା ଟେ୍ଵଣ୍ଟି-୨୦ ଲିଗ୍‌ରେ ସ୍ମିଥ୍‌ଙ୍କ ବ୍ୟତୀତ ଅଷ୍ଟ୍ରେଲିଆର କ୍ରିସ୍‌ ଲିନ୍‌, ପାକିସ୍ତାନ ଅଲ୍‌ରାଉଣ୍ଡର ସାହିଦ ଆଫ୍ରିଦି, ଶ୍ରୀଲଙ୍କା ଦ୍ରୁତ ବୋଲର ଲସିଥ୍‌ ମାଲିଙ୍ଗା, ଦକ୍ଷିଣ ଆଫ୍ରିକା ବ୍ୟାଟ୍‌ସମ୍ୟାନ୍‌ ଡେଭିଡ୍‌ ମିଲର ଏବଂ ୫ ଜଣ େଓ୍ଵଷ୍ଟଇଣ୍ଡିଜ୍‌ ଖେଳାଳି (କ୍ରିସ୍‌ ଗେଲ୍‌, ଆନ୍ଦ୍ରେ ରସେଲ୍‌, ସୁନିଲ ନରିନ୍‌, ଡାରେନ୍‌ ସାମି ଓ ଡେ୍ଵନ୍‌ ବ୍ରାଭୋ) ବିଭିନ୍ନ ଫ୍ରାଞ୍ଚାଇଜ୍‌ର ଅଧିନାୟକ ମନୋନୀତ ହୋଇଛନ୍ତି।

ସମ୍ବନ୍ଧିତ ଖବର