କୋହଲିଙ୍କୁ ପ୍ରଶଂସା କଲେ ସ୍ମିଥ୍‌

ଲଣ୍ଡନ୍‌: ଭାରତୀୟ ଅଧିନାୟକ ବିରାଟ କୋହଲିଙ୍କୁ ପ୍ରଶଂସାରେ ପୋତି ପକାଇଛନ୍ତି ପୂର୍ବତନ ଅଷ୍ଟ୍ରେଲୀୟ ଅଧିନାୟକ ଷ୍ଟିଭେନ୍‌ ସ୍ମିଥ୍‌। ବଲ୍‌ ବିକୃତ କରିବା ଦୋଷରେ ଗୋଟିଏ ବର୍ଷ ବାସନ୍ଦ ପରେ ଫେରିଥିବା ସ୍ମିଥ୍‌ ଭାରତ ବିପକ୍ଷ ମ୍ୟାଚ୍‌ରେ ସୀମାରେଖା ନିକଟରେ କ୍ଷେତ୍ରରକ୍ଷଣ କରୁଥିଲେ। ଏହି ସମୟରେ ଦର୍ଶକମାନେ ତାଙ୍କୁ ଆକ୍ଷେପ କରି ‘ଚିଟର୍‌ ଚିଟର୍’ ବୋଲି ଚିଲାଉଥିଲେ। ‌ସେତେବେଳେ ବ୍ୟାଟିଂ କରୁଥିବା କୋହଲି ସ୍ମିଥ୍‌ଙ୍କୁ ସମର୍ଥନ କରିବା ସହ ଦର୍ଶକମାନଙ୍କୁ ଏଭଳି ଆଚରଣ କରିବାକୁ ବାରଣ କରିଥିଲେ। କୋହଲିଙ୍କ ଏଭଳି ସମର୍ଥନକୁ ସ୍ମିଥ୍‌ ମ୍ୟାଚ୍‌ ପର ସାମ୍ବାଦିକ ସମ୍ମିଳନୀରେ ପ୍ରଶଂସା କରିଥିଲେ। ସୂଚନାଯୋଗ୍ୟ, ଗତ ୯ ତାରିଖରେ ଓଭାଲରେ ଖେଳାଯାଇଥିବା ଏହି ମ୍ୟାଚ୍‌ରେ ଅଷ୍ଟ୍ରେଲିଆକୁ ଭାରତ ପରାସ୍ତ କରିଥିଲା।

ସମ୍ବନ୍ଧିତ ଖବର